ହୋମ୍‌ଗାର୍ଡଙ୍କ ଭତ୍ତା ବୃଦ୍ଧି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ, (ଓଡିଶା ଟାଇମ୍) :ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ହୋମଗାର୍ଡ଼ମାନଙ୍କ ଦୈନିକ ପ୍ରାପ୍ୟ ବୃଦ୍ଧି କରାଯାଇଛି । ଏଣିକି ଦୈନିକ ୫୩୩ଟଙ୍କା ପ୍ରାପ୍ୟ ପାଇବେ ହୋମଗାର୍ଡ଼ । ୨୦୨୦ ଜାନୁୟାରୀ ରୁ ପିଛିଲା ଭାବେ ଏହା ଲାଗୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ମାସ ମଧ୍ୟରେ ସମସ୍ତ ବକେୟା ବର୍ଦ୍ଧିତ ପ୍ରାପ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଫଳରେ ଉପକୃତ ହେବେ ରାଜ୍ୟର ୧୭ହଜାର ହୋମଗାର୍ଡ଼ ।

ଏହି ଭତ୍ତାକୁ ୨୦୧୬ ମସିହା ଡିସେମ୍ବର ମାସରୁ ପିଛିଲା ଭାବେ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସରକାର ଏହାକୁ ଲାଗୁ ନକରିବାରୁ ହୋମଗାର୍ଡ ଆସୋସିଏସନ ପକ୍ଷରୁ ଅଦାଲତ ଅବମାନନା ମାମଲା ଦାୟର ହୋଇଥିଲା। ସେପଟେ ସରକାର ମଧ୍ୟ ଅଦାଲତରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ମାମଲାର ବିଚାର କରି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ସରକାରଙ୍କ ପିଟିସନକୁ ଖାରଜ କରି ଦେଇଛନ୍ତି। ଏହା ସହ ହୋମଗାର୍ଡ ମାନଙ୍କୁ ଦୈନିକ ୫୩୩ଟଙ୍କା ଭତ୍ତା ଦେବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୦ମସିହା ଜାନୁଆରୀ ରୁ ଏହି ଭତ୍ତା ପିଛିଲା ଭାବେ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ବାରା ରାଜ୍ୟର ପ୍ରାୟ ୧୭ହଜାର ହୋମଗାର୍ଡ ଉପକୃତ ହେଵେ।

Leave a Reply

Your email address will not be published.