ଡାକ୍ତରୀ ଉଚ୍ଚଶିକ୍ଷାରେ ପ୍ରବେଶ ପରୀକ୍ଷା ବନ୍ଦ ପ୍ରସ୍ତାବ

ଡାକ୍ତରୀ କ୍ଷେତ୍ରରେ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସିଖବର। ଏମଡ଼ି ଓ ଏମଏସ‍୍‌ ପାଠ ପଢ଼ିବା ପାଇଁ ପ୍ରଚଳିତ ‘ନିଟ‍୍‌’ ପ୍ରବେଶ ପରୀକ୍ଷାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବରେ କୁହାଯାଇଛି ଯେ, ଏମବିବିଏସ‍୍‌ ପାଇଁ ଛାତ୍ରଛାତ୍ରୀମାନେ ଦେଇଥିବା ‘ନିଟ‍୍‌’ ପ୍ରବେଶିକା ପରୀକ୍ଷା ଆଧାରରେ ଛାକ୍ତରୀ ଛାତ୍୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିପାରିବେ। ରାଷ୍ଟ୍ରୀୟ ଚିକିତ୍ସା ଆୟୋଗଙ୍କ ଏହି ପ୍ରସ୍ତାବ ଖୁବ‍୍‌ ଶୀଘ୍ର କ୍ୟାବିନେଟରେ ଉପସ୍ଥାପିତ ହେବ।

ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ପ୍ରସ୍ତାବ ଅନୁସାରେ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କର ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାସନାଲ ଏକଜିଟ‍୍‌ ଟେଷ୍ଟ ଦେବାକୁ ପଡ଼ିବ। ଏହି ପରୀକ୍ଷା ସର୍ବଭାରତୀୟ ସ୍ତରରେ ହେବ। ଏହି ନ୍ୟାସନାଲ ଏକଜିଟ‍୍‌ ଟେଷ୍ଟ ଦେଇଥିବା ଏମବିବିଏସ‍୍‌ ଛାତ୍ରଛାତ୍ରୀମାନଙ୍କୁ ରୋଗୀ ଚିକିତ୍ସା ପାଇଁ ମଧ୍ୟ ଲାଇସେନ୍ସ ପ୍ରଦାନ କରାଯିବ। ଏଥିପାଇଁ ଅଲଗା ପରୀକ୍ଷା ଦେବାକୁ ହେବ ନାହିଁ। କିନ୍ତୁ ଏମମ୍ସରେ ଉଚ୍ଚଶିକ୍ଷା ପାଇଁ ପ୍ରବେଶ ପରୀକ୍ଷା ଦେବାକୁ ପଡ଼ିବ।

Leave a Reply

Your email address will not be published.