ଡିଜିଟାଲ୍ ଡେବ୍ୟୁ କରିବେ ହିନା

ଟେଲି ଦୁନିଆର ଲୋକପ୍ରିୟ ଧାରାବାହିକ ‘କସୌଟି ଜିନ୍ଦେଗୀ କି’ରେ କେମୋଲିକା ଭୂମିକାରେ ଅଭିନୟ କରି ଅଗଣିତ ଦର୍ଶକଙ୍କ ହୃଦୟ ଜିତିଥିବା ହିନା ଖାନ୍ ଡିଜିଟାଲ୍ ପାର୍ଟଫର୍ମରେ ମଧ୍ୟ ନିଜ ଜଲୱା ଦେଖାଉବାକୁ ପ୍ରସ୍ତୁତ ହେଉଛନ୍ତି । ୱେବ୍ ସିରିଜ୍ ‘ଡେମେଜଡ୍ ୨’ରେ ହିନା ନଜର ଆସିବେ ବୋଲି ଖବର ମିଳିଛି । ହିନାଙ୍କୁ ମେଙ୍ଗୋରି ବତ୍ରା ଭାବେ ଦେଖିବାକୁ ମିଳିବ, ଯିଏକି ଜଣେ ହୋଟେଲର ମାଲିକାଣୀ ଏବଂ ସେ ତାଙ୍କ ମନରେ ଅନେକ କିଛି ରହସ୍ୟ ଲୁଚାଇ ରଖିଛନ୍ତି । ଏହି ସିରିଜରେ ହିନାଙ୍କ ସହିତ ଶେଖର ସୁମନଙ୍କ ପୁଅ ଅଧ୍ୟୟନଙ୍କୁ ମଧ୍ୟ ସାଇନ୍ କରାଯାଇଛି ।

ଏକାନ୍ତ ବବାନିଙ୍କ ନିର୍ଦ୍ଦେଶିତ ଏହି ସିରିଜରେ ଅଧ୍ୟୟନ୍ ଆକାଶ ବତ୍ରାଙ୍କ ଭୂମିକାରେ ଅଛନ୍ତି । ପ୍ରଥମ ଥର ପାଇଁ ହିନା ଡିଜିଟାଲ୍ ପ୍ଲାଟଫର୍ମରେ ଏଣ୍ଟ୍ରୀ କରୁଥିବାରୁ ବେଶ୍ ଉତ୍ସାହିତ ଜଣାପଡ଼ୁଛନ୍ତି । କାନ୍ସ ୨୦୧୯ ପରେ ହିନାଙ୍କ ପାଇଁ କେବଳ ପ୍ରୋଜେକ୍ଟ ବର୍ଷା ହୋଇଚାଲିଛି । ସେ ଇତିମଧ୍ୟରେ ଫିଲ୍ମ ଲାଇନ୍ସ, ୱିଶ୍ ଲିଷ୍ଟ୍ ଓ କଣ୍ଟ୍ରୀ ଅଫ୍ ବ୍ଲାଇଟର ସୁଟିଂ ପୁରଣ କରିସାରିଛନ୍ତି । ଏହା ବ୍ୟତୀତ ସେ ମହେଶ ଭଟ୍ଟଙ୍କ ଫିଲ୍ମ ‘ହ୍ୟାକ୍ଡ’ର ପ୍ରଥମ ସେଡ୍ୟୁଲର ସୁଟିଂ ସାରିଛନ୍ତି ବୋଲି ଶୁଣିବାକୁ ମିଳୁଛି । ତେବେ ଟେଲି ପରଦା ଭଳି ଡିଜିଟାଲ୍ ପ୍ଲାଟଫର୍ମରେ ମଧ୍ୟ ଦର୍ଶକ ତାଙ୍କର ଅଭିନୟକୁ ପସନ୍ଦ କରିବେ ବୋଲି ହିନା ଆଶା କରିଛନ୍ତି ।

Advertisements

Leave a Reply