ଶୀତଦିନିଆ ଥଣ୍ଡା, କାଶରୁ ମୁକ୍ତି ପାଇଁ ଘରୋଇ ଉପାୟ

ଆସିଗଲା ଶୀତ । ଏହି ସିଜିନରେ ଥଣ୍ଡା, କାଶ, ଜ୍ୱର, ଗଳାରେ ଦଜର, କଫ ଓ ନିଶ୍ୱାସ ନେବାରେ କଷ୍ଟ ଭଳି ସ୍ୱାସ୍ଥ୍ୟ ସମସ୍ୟା ଅଧିକ ମାତ୍ରାରେ ଦେଖାଯାଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର ଡାକ୍ତରୀ ଔଷଧର ସାହାରା ନେଇଥାନ୍ତି । ସେହି ସବୁ ଔଷଧ ଥଣ୍ଡା ଓ କାଶ ଦୂର କଲେ ମଧ୍ୟ ଅନେକ ସାଇଡ୍ ଇଫେକ୍ଟ ରହିଥାଏ । ତେଣୁ ଶୀତଦିନରେ ହେଉଥିବା ଛୋଟମୋଟ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ ଗୋଟିଏ ସହଜ ଓ ସରଳ ଉପାୟ ରହିଛି, ଯାହାକି କମ୍ ଖର୍ଚ୍ଚରେ ଓ କମ୍ ସମୟ ମଧ୍ୟରେ ସମ୍ଭବ ।

ତେବେ ଆସନ୍ତୁ ଜାଣିବା –
ଗୋଟିଏ ପ୍ୟାନରେ ୨ ଗ୍ଲାସ୍ ପାଣି ନେଇ ଗରମ କରନ୍ତୁ । ସେଥିରେ ୧୦-୧୨ଟି ଗୋଲମରିଚ, ୨-୩ଟି ଲବଙ୍ଗ, ଗୋଟିଏ ଛୋଟ ଚାମଚ ସୁଣ୍ଠି ପାଉଡର୍, ଗୋଟିଏ ଚାମଚ ଅଦା କୋରା, ଅଧା କପ୍ ତାଜା ତୁଳସୀ ପତ୍ର, କଞ୍ଚା ହଳଦୀ (ପରିବା ମାର୍କେଟରେ ମିଳିଥାଏ) କୋରା ୨ ଚାମଚ, ଗୋଟିଏ ବଡ଼ ଖଣ୍ଡ ଗୁଡ଼ ଓ ୨ଟି ଛୋଟ ଅଳେଇଚ ପକାଇ ଭଲ ଭାବେ ଫୁଟାନ୍ତୁ । ଏହି ପାଣି ଫୁଟି ଅଧା ହୋଇଗଲେ, ଅର୍ଥାତ୍ ୨ ଗ୍ଲାସ୍ ପାଣି ଫୁଟି ଗୋଟିଏ ଗ୍ଲାସ୍ ହୋଇଗଲେ ଗ୍ୟାସକୁ ବନ୍ଦ କରିଦିଅନ୍ତୁ । ଏହାକୁ ଛାଣି ଗୋଟିଏ ସଫା ବାଉଲରେ ରଖନ୍ତୁ । ଏହି ସିରପରୁ ଆପଣ ୨ ଚାମଚ ଦିନକୁ ୩ ଥର ପିଅନ୍ତୁ । କିନ୍ତୁ ଛୋଟ ପିଲାଙ୍କ ପାଇଁ ଏହି ସିରପରୁ ୧ ଚାମଚ ଦିନକୁ ୩ଥର ଦିଅନ୍ତୁ । ଦେଖିବେ ଧୀରେ ଧୀରେ ଆପଣଙ୍କ ଥଣ୍ଡା, କାଶ, କଫ ସବୁ ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published.