ହେଲଥ୍ ଟିପ୍ସ: ହଜମ ଓ ଗ୍ୟାସ୍ ସମସ୍ୟା ଦୂର କରିବ ହିଙ୍ଗୁ

ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହୃତ ହେଉଥିବା ହିଙ୍ଗୁ ସ୍ୱାସ୍ଥ୍ୟ ପକ୍ଷେ ମଧ୍ୟ ଖୁବ୍ ହିତକର । ଏହାର ଅନେକ ଭଲଗୁଣ ମଧ୍ୟରୁ ଗୋଟିଏ ହେଉଛି ହଜମ ଜନିତ ସମସ୍ୟାକୁ ଏହା ଦୂର କରିଥାଏ । କେବଳ ହଜମ ନୁହେଁ କୋଷ୍ଠକାଠିନ୍ୟ ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ହିଙ୍ଗୁକୁ ନିୟମିତ ଭାବେ ଖାଦ୍ୟରେ ସାମିଲ କରନ୍ତୁ । ଲିଭର୍ ଜନିତ ସମସ୍ତ ସମସ୍ୟା ମଧ୍ୟ ହିଙ୍ଗୁ ଦ୍ୱାରା ଦୂର ହୋଇଥାଏ । ଏହାକୁ ଖାଦ୍ୟରେ ସାମିଲ କରିବା ଦ୍ୱାରା ହଜମ ସମୟରେ ନିର୍ଗତ ହେଉଥିବା ଏନ୍ଜାଇମର ମାତ୍ରା ବଢ଼ିଯାଏ । ଫଳରେ ଖାଦ୍ୟ ଶୀଘ୍ର ଓ ସହଜରେ ହଜମ ହୁଏ । କିନ୍ତୁ ମନେ ରଖନ୍ତୁ ଚାଉଳର ଗୋଟିଏ ଦାନା ପରିମାଣର ହିଙ୍ଗୁର ଚୂର୍ଣ୍ଣ ବ୍ୟବହାର କରନ୍ତୁ ।

ଯଦି ଏହାକୁ ରୋଷେଇ କରିବା ସମୟରେ ବ୍ୟବହାର କରୁନାହାନ୍ତି ତେବେ ଏହାର ଚୂର୍ଣ୍ଣ ବ୍ୟବହାର କରିପାରିବେ । ଖାଦ୍ୟ ଖାଇବାର ୧୦ ମିନିଟ୍ ପରେ ହିଙ୍ଗୁ ଚୂର୍ଣ୍ଣକୁ ଖାଇ ଉଷୁମ ପାଣି ପିଅନ୍ତୁ । ଏହା ବ୍ୟତୀତ ଏକ ଚୁଟକି ହିଙ୍ଗୁ ନେଇ ନାଭି ଉପରେ ଲଗାଇବା ଦ୍ୱାରା ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ ବୋଲି ଆର‌୍ୟୁବେଦିକ ଡାକ୍ତରମାନେ କହିଥାନ୍ତି । ପେଟ କାଟିବା ବା ପେଟ ଟାଣି ହେବା କିମ୍ବା ପେଟ ମାରିବା ସମୟରେ ମଧ୍ୟ ଆପଣ ଏକ ଚୁଟକି ହିଙ୍ଗୁକୁ ନାଭି ଉପରେ ଲଗାଇପାରିବେ । ଏହା ଦ୍ୱାରା କିଛି ସମୟ ମଧ୍ୟରେ ଏହିସବୁ ସମସ୍ୟା ଦୂର ହୋଇଥାଏ ।

Leave a Reply

Your email address will not be published.