ହେଲଥ୍ ଟିପ୍ସ: ମୋଟାପା କମାଇବ ହରର୍ ଫିଲ୍ମ

ମୋଟାପା କମାଇବା ପାଇଁ କିଏ ଜିମ୍ ଯାଉଛି ତ ଆଉ କିଏ କଡ଼ା ୱାର୍କଆଉଟ୍ କରୁଛି । ଆଉ କେତେଜଣଙ୍କୁ ବାଧ୍ୟ ହୋଇ ମନ ପସନ୍ଦର ଖାଦ୍ୟକୁ ଛାଡ଼ିବାକୁ ପଡ଼ୁଛି । ନିଜର ଏକ ରୁଟିନ୍ ଡାଏଟ୍ ଅନୁଯାୟୀ ଭୋକକୁ ମାରି କମ୍ ଖାଇବାକୁ ଡାଇଟିସିଆନ୍ ମାନେ ପରାମର୍ଶ ଦେଉଛନ୍ତି । କିନ୍ତୁ ଏସବୁ ଝାମେଲାରୁ ଦୂରରେ ରହି କେବଳ ଘରେ ବସି ବସି ଆପଣ ମୋଟାପା କମାଇପାରିବେ ।

ପ୍ରତିଦିନ ଆପଣ ଗୋଟିଏ ହରର୍ ଫିଲ୍ମ ଦେଖିବା ପାଇଁ ସମୟ ବାହାର କରନ୍ତୁ । ଦେଖିବେ ଖୁବ୍ କମ୍ ଦିନ ମଧ୍ୟରେ ଆପଣଙ୍କ ମୋଟାପା ଦୂର ହୋଇଯିବ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ଏବେ ପ୍ରମାଣିତ ହୋଇସାରିଛି । ୱେଷ୍ଟମିଂଷ୍ଟର୍ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ୯୦ ମିନିଟର ଏକ ହରର୍ ଫିଲ୍ମ ଦେଖିବା ଯୋଗୁଁ ଶରୀରର ୧୧୩ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ । ଅଧ୍ୟୟନରୁ ଅନ୍ୟ ଏକ ତଥ୍ୟ ମଧ୍ୟ ଜଣାପଡ଼ିଛି ଯେ ଅଧଘଣ୍ଟା କଡ଼ା ୱାର୍କଆଉଟ୍ ଫଳରେ ଆନୁମାନିକ୧୧୩ କ୍ୟାଲୋରି ବର୍ଣ୍ଣ ହୋଇଥାଏ । ତେଣୁ ଆପଣ ବିନା ୱାର୍କଆଉଟ୍ କରି ୧୧୩ କ୍ୟାଲୋରି ହ୍ରାସ କରିପାରିବେ । ତେବେ ଆଉ ଡେରି କାହିଁକି ଆଜିଠାରୁ ହିଁ ହରର୍ ଫିଲ୍ମ ଦେଖନ୍ତୁ ଏବଂ ନିଜକୁ ବନାନ୍ତୁ ଫ୍ୟାଟରୁ ଫିଟ୍ ।

Advertisements

Leave a Reply