ହେଲଥ୍ ଟିପ୍ସ: ଡାଇବେଟିସ୍ ଓ ହୃଦରୋଗୀଙ୍କ ପାଇଁ ଆବଶ୍ୟକ ଅଣ୍ଡା

0
68
advertisement

ପ୍ରୋଟିନ୍ ଓ ଭିଟାମିନର ଗୋଟିଏ ବଡ଼ ସ୍ରୋତ ହେଉଛି ଅଣ୍ଡା । ୧୦୦ ଗ୍ରାମ୍ ଅଣ୍ଡାରେ ୧୨.୫୬ ଗ୍ରାମ୍ ପ୍ରୋଟିନ୍ ରହିଥାଏ, ଯାହାକୁ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକୀୟ ପୋଷକତତ୍ୱ ମିଳିଥାଏ । କେବଳ ଏତିକି ନୁହେଁ, ଅଣ୍ଡାରେ ଥିବା ଭିଟାମିନ୍ ଏ, ବି୨, ଡି ଓ ଇ ଭଳି ଅନେକ ପୋଷକତତ୍ୱ କେଶ, ତ୍ୱଚା, ନଖ, ହାଡ଼ର ସୁରକ୍ଷା କରିବା ସହିତ ଦୁର୍ବଳ ଲାଗିବା ସମସ୍ୟାକୁ ମଧ୍ୟ ଦୂର କରେ । ନିକଟ ଅତୀତରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ହୃଦରୋଗୀ ଓ ଡାଇବେଟିସ୍ ରୋଗୀଙ୍କୁ ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବା ଉଚିତ୍ ।

ଗବେଷଣାରୁ ମିଳିଥିବା ତଥ୍ୟ ଅନୁଯାୟୀ ସ୍ୱାସ୍ଥ୍ୟବିଜ୍ଞାନୀମାନେ କହିଛନ୍ତି ଅଣ୍ଡାରେ ଭରପୁର ହୋଇ ରହିଥିବା ଓମେଗା ୩ ଇନସୁଲିନ୍ କ୍ଷରଣ ଓ ରକ୍ତରେ ଗ୍ଲୁକୋଜର ମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଅଣ୍ଡା ଖାଇବା ଦ୍ୱାରା ହୃହରୋଗ ହେବାର ଆଶଙ୍କା ଅନେକ ପରିମାଣରେ କମି ଯାଇଥାଏ । ଏହା ଶରୀରର ଓଜନକୁ ନିୟନ୍ତ୍ରଣ କରିବା ସହିତ ଶରୀରରେ କୋଲେଷ୍ଟ୍ରଲର ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ । ଏହା ଦ୍ୱାରା ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ନଥାଏ । ତେଣୁ ହୃଦରୋଗ ସମ୍ବନ୍ଧୀୟ ସମସ୍ତ ରୋଗ ଦୂର କରିବା କ୍ଷେତ୍ରରେ ଅଣ୍ଡା ଖାଇବା ଲାଭକାରୀ ହୋଇଥାଏ । କିନ୍ତୁ ଆଲର୍ଜି କିମ୍ବା ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶ ନେବା ପରେ ହିଁ ଅଣ୍ଡାକୁ ନିଜ ଡାଏଟରେ ସାମିଲ୍ କରନ୍ତୁ ।