କିଭଳି ଓ କେଉଁ ସମୟରେ ଖାଇବେ ସେଓ, ଜାଣିରଖନ୍ତୁ ସେଓ ସମ୍ପର୍କିତ କିଛି ତଥ୍ୟ

ସେଓ ସମସ୍ତଙ୍କର ପ୍ରିୟ । କ୍ୱଚିତ୍ ଏଭଳି କେହି ବ୍ୟକ୍ତି ଥିବେ, ଯାହାକୁ ସେଓ ପସନ୍ଦ ନଥିବ । ସବୁ ଫଳ ମଧ୍ୟରେ ସେଓ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭପ୍ରଦ । ଏହା ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିବା ସହିତ ତ୍ୱଚାର ଚମକ ବଢ଼ାଇଥ।।ଏ । କିନ୍ତୁ ସେଓ ଖାଇବା ପାଇଁ କିଛି ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି । ସେହିସବୁ ନିୟମକୁ ଜମାରୁ ଅଣଦେଖା କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଶରୀର ସୁସ୍ଥ ରହିବା ବଦଳରେ ଅଧିକ ରୋଗାକ୍ରାନ୍ତ ହୋଇଥାଏ ବୋଲି ସ୍ୱାସ୍ଥ୍ୟବିଜ୍ଞାନୀମାନେ ମତ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେସବୁ ଟିପ୍ସ ସମ୍ପର୍କରେ –

୧- ସକାଳ ଜଳଖିଆ ସମୟରେ ସେଓ ଖାଇବା ସବୁଠାରୁ ଭଲ । କିନ୍ତୁ ସନ୍ଧ୍ୟା କିମ୍ବା ରାତି ସମୟରେ କେବେ ମଧ୍ୟ ସେଓ ଖାଆନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ହଜମ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ ଏବଂ ପେଟରୋଗ ଦେଖାଦିଏ ।

୨- ସେଓକୁ ଚୋପା ସହିତ ଖାଇବାକୁ ଚେଷ୍ଟା କରନ୍ତୁ । କାରଣ ସେଓର ଚୋପାରେ ଭିଟାମିନ୍ ଓ ଫାଇବର୍ ଭରପୁର ମାତ୍ରାରେ ରହିଥାଏ ।

୩- ସେଓ ହେଉ କିମ୍ବା ଅନ୍ୟ କୌଣସି ଫଳ, ତାହା ସହିତ ଅଧିକ ଅନ୍ୟ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଖାଦ୍ୟ ଖାଇବାର ଅଧଘଣ୍ଟା ପୂର୍ବରୁ କିମ୍ବା ଅଧଘଣ୍ଟା ପରେ ହିଁ ସେଓ ଖାଆନ୍ତୁ ।

୪- ସେଓ ଜୁସ୍ କରୁଥିଲେ ସେଥିରେ ଚିନି ଆଦୌ ପକାନ୍ତୁ ନାହିଁ । ସେଓ ଜୁସ୍ କିମ୍ବା ସେଓ ଖାଇବା ପରେ ଖିର କିମ୍ବା ପାଣି ପିଅନ୍ତୁ ନାହିଁ । ମୁଳା କିମ୍ବା ଖଟା ଜିନିଷ ମଧ୍ୟ ଖାଆନ୍ତୁ ନାହିଁ । ଏହା ରକ୍ତକୁ ଦୂଷିତ କରିଥାଏ । ଫଳରେ ଧଳା ଛଉ କିମ୍ବା ଅନ୍ୟ ସ୍କିନ୍ ସମସ୍ୟା ଦେଖିବାକୁ ମିଳେ ।

୫- ଦାନ୍ତରୋଗୀ ମଧ୍ୟ ସେଓ ଖାଇବା ଉଚିତ୍ ନୁହେଁ । କାରଣ ସେଓରେ ଥିବା ଅମ୍ଳ ଦାନ୍ତକ୍ଷୟକୁ ଅଧିକ କରିଥାଏ ।

୬- ଅଧିକ ପତଳା କିମ୍ବା ଓଜନ କମ୍ ହୋଇଥିବା ବ୍ୟକ୍ତି ସେଓ ଖାଆନ୍ତୁ ନାହିଁ । କାରଣ ସେଓରେ ଥିବା ଫାଇବର୍ ଚର୍ବି ହ୍ରାସ କରିବାରେ ସହାୟକ । ତେଣୁ ସେ ଦ୍ୱାରା ଆପଣଙ୍କ ଓଜନ ଆହୁରି କମ୍ ଓ ଆପଣ ଅଧିକ ପତଳା ହେବାର ଆଶଙ୍କା ଥାଏ ।

Advertisements

Leave a Reply