ହେଲଥ୍ ଟିପ୍ସ: ମ୍ୟାଲେରିଆ ରୋକିବ କୁକୁଡ଼ା

0
29
advertisement

ବର୍ଷାଦିନରେ ମଶା ଦାଉରୁ ରକ୍ଷା ପାଇବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର ଉପାୟ କରିଥାନ୍ତି । ମ୍ୟାଲେରିଆରୁ ନିଜକୁ ରକ୍ଷା କରିବା ପାଇଁ ମଶାରୀ, କ୍ରୀମ୍ ଓ ସ୍ପ୍ରେର ଚାହିଦା ବର୍ଷାଦିନରେ ଅଧିକ ହୋଇଥାଏ । କିନ୍ତୁ ଏବେ ସ୍ୱାସ୍ଥ୍ୟବିଜ୍ଞାନୀମାନେ ମ୍ୟାଲେରିଆ ଦୂରିକରଣ ପାଇଁ ଏକ ଅଭିନବ ଉପାୟ ବାହାର କରିଛନ୍ତି । ୨୦୧୭ରେ ମ୍ୟାଲେରିଆ ଯୋଗୁଁ ବିଶ୍ୱସ୍ତରରେ ୪ ଲକ୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ । ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ର ସୂଚନା ଅନୁଯାୟୀ ସେଥି ମଧ୍ୟରୁ ୯୨ ପ୍ରତିଶତ ମାମଲା ଥିଲା ଆଫ୍ରିକାର । ସ୍ୱାସ୍ଥ୍ୟବିଜ୍ଞାନୀଙ୍କ ମତରେ ମ୍ୟାଲେରିଆର ପେରାସାଇଟ୍ ରକ୍ତରେ ଆସିବା ପୂର୍ବରୁ ପ୍ରଥମେ ଲିଭର୍ରେ ଥାଏ । ତେଣୁ ମଶା କାମୁଡ଼ିବା ଯୋଗୁଁ ସଂକ୍ରମିତ ରକ୍ତ ଅନ୍ୟ ବ୍ୟକ୍ତିର ରକ୍ତରେ ମିଶିଥାଏ । ଏ ସମ୍ପର୍କିତ ଅନେକ ପରୀକ୍ଷା ପରେ ଇଥିଓପିଆ ଓ ସ୍ୱିଡେନର ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ କୁକୁଡ଼ା ଓ ଅନ୍ୟ କେତେକ ପକ୍ଷୀମାନଙ୍କ ଦେହରୁ ବାହାରୁଥିବା ଏକ ପ୍ରକାର ଗନ୍ଧ ଯୋଗୁଁ ମଶା ଦୂରେଇ ଯାଇଥାନ୍ତି ।

ପଶ୍ଚିମ ଇଥିଓପିଆ ଅଞ୍ଚଳରେ ଏହାକୁ ନେଇ ଏକ ପରୀକ୍ଷା ସମୟରେ ମଶାରୀ ଭିତରେ ଶୋଇଥିବା ଜଣେ ବ୍ୟକ୍ତିଙ୍କ ପାଖରେ ପିଞ୍ଜରାରେ ଏକ କୁକୁଡ଼ା ରଖାଯାଇଥିଲା । ଏହି ପ୍ରୟୋଗ ପରେ ଦେଖାଗଲା ଯେ କୁକୁଡ଼ା ପରରୁ ବାହାରୁଥିବା ଏକ ଗନ୍ଧ ଯୋଗୁଁ ମଶା ଆସିପାରିନଥିଲା । ଏହି ପରୀକ୍ଷାରେ ସ୍ୱିଡିଶ୍ ୟୁନିଭର୍ସିଟିର କେତେଜଣ ଗବେଷକ ମଧ୍ୟ ସାମିଲ୍ ହୋଇଥିଲେ । ଏଥିରୁ ଜଣାପଡ଼ିଥିଲା ଯେ ମଶା ମଣିଷ ଦେହର ଗନ୍ଧ ବାରି କାମୁଡ଼ିଥାଏ । ତେଣୁ ଏବେ କୁକୁଡ଼ା ଦେହରୁ ବାହାରୁଥିବା ଗନ୍ଧର ରସାୟନିକ ତତ୍ୱ ଜାଣିବା ପରେ ଏବେ ବୈଜ୍ଞାନିକ ମାନେ ଏକ ନୂଆ ଔଷଧ ପ୍ରସ୍ତୁତ କରିବା ପାଇଁ ଗବେଷଣା ଚଲାଇଛନ୍ତି । ଖୁବ୍ ଶୀଘ୍ର ଏହା ମାର୍କେଟକୁ ଆସିପାରେ ବୋଲି ସୂଚନା ମିଳିଛି । 

LEAVE A REPLY

Please enter your comment!
Please enter your name here