ଦାନ୍ତ ହଳଦିଆ ପଡ଼ିଯାଉଛି କି? ଆପଣାନ୍ତୁ ଏହି ଉପାୟ

ଦିନକୁ ୨ ଥର ବ୍ରସ୍ କରିବା ସହିତ ଦାନ୍ତର ଉଚିତ୍ ଯତ୍ନ ନେଉଥିଲେ ଅନେକ ବ୍ୟକ୍ତିଙ୍କର ଦାନ୍ତରେ ହଳଦିଆପଣ ଆସିଯାଇଥାଏ । ଏହା ସୌନ୍ଦର୍ଯ୍ୟକୁ ଫିକା କରିବା ସହିତ ଧୀରେ ଧୀରେ ମାଢ଼ିକୁ ଆକ୍ରାନ୍ତ କରିଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଦାନ୍ତ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ବିଭିନ୍ନ ପ୍ରକାର ଚିକିତ୍ସା କରାଯାଇଥାଏ, ଯାହାକି ଖୁବ୍ ବ୍ୟୟସାପେକ୍ଷ । କିନ୍ତୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଗୋଟିଏ ସହଜ ଓ ସରଳ ଉପାୟ ରହିଛି ।

ଗରମ ମସଲାରେ ବ୍ୟବହୃତ ହେଉଥିବା ତେଜପତ୍ର ଦ୍ୱାରା ହଳଦିଆ ଦାନ୍ତ ସମସ୍ୟାର ସମାଧାନ ହୋଇପାରିବ । ତେଜପତ୍ରକୁ ଖରାରେ ଶୁଖାଇ ଗୁଣ୍ଡ କରନ୍ତୁ । ଏହି ତେଜପତ୍ର ଗୁଣ୍ଡରୁ ଅଳ୍ପ ନେଇ ଦାନ୍ତରେ ଭଲ ଭାବେ ଘଷନ୍ତୁ । ଏହାପରେ ପ୍ରାୟ ୫-୬ ମିନିଟ୍ ରହିବା ପରେ ଉଷୁମ ପାଣିରେ କୁଳି କରନ୍ତୁ । କିନ୍ତୁ ମନେ ରଖନ୍ତୁ ଏହାକୁ ପ୍ରତି ୩ଦିନ ବ୍ୟବଧାନରେ କରିବା ଉଚିତ୍ । ଦେଖିବେ କିଛି ଦିନ ପରେ ଆପଣଙ୍କ ଦାନ୍ତର ଚମକ ଫେରିଆସିବ ।

Leave a Reply

Your email address will not be published.