ପ୍ରେଗନେନ୍ସି ସମୟରେ ମୁଣ୍ଡବିନ୍ଧାର କାରଣ ଓ ଘରୋଇ ଉପଚାର

ସାଧାରଣତଃ ପ୍ରେଗନେନ୍ସିର ୩ ମାସ ପରେ ମୁଣ୍ଡବିନ୍ଧା ଆରମ୍ଭ ହୋଇଥାଏ । କିଛି ମହିଳାଙ୍କ କ୍ଷେତ୍ରରେ ଏହା କିଛିଦିନ ପରେ ଆପେ ଠିକ୍ ହୋଇଯାଇଥିବାବେଳେ ଅନେକଙ୍କ କ୍ଷେତ୍ରରେ ଏହା ଅସହନୀୟ ହୋଇପଡ଼େ । ପ୍ରେଗନେନ୍ସି ସମୟରେ ଅଧିକ ପେନକିଲର୍ ଖାଇବା ପାଇଁ ବାରଣ ଥିବାରୁ ମୁଣ୍ଡବିନ୍ଧା ଏକ ବଡ଼ ସମସ୍ୟା ଭାବେ ଦେଖାଦିଏ । ସେଥିପାଇଁ କିଛି ଘରୋଇ ଉପାୟ ମାଧ୍ୟମରେ ଏହାର ଉପଚାର କରାଯାଇପାରିବ । ତେବେ ଆସନ୍ତୁ ଜାଣିବା ମୁଣ୍ଡବିନ୍ଧାର କାରଣ ଓ ଏହାର ଉପଚାର –

କାରଣ –ପ୍ରେଗନେନ୍ସି ସମୟରେ ଶରୀରରେ ହରମୋନର ପରିବର୍ତ୍ତନ କାରଣରୁ ମୁଣ୍ଡବିନ୍ଧା ହୋଇଥାଏ । ପ୍ରେଗନେନ୍ସିରେ ନିଦ କମ୍ ହେବା କାରଣରୁ ମଧ୍ୟ ଏହି ସମସ୍ୟା ସୃଷ୍ଟି ହୁଏ । ବ୍ଲଡ୍ ସୁଗର୍ ଲେଭଲ୍ କମ୍ ହୋଇଥିଲେ କିମ୍ବା ପାଣି କମ୍ ପିଉଥିଲେ ମଧ୍ୟ ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଇଥାଏ । ଅଧିକ ଚାହା କିମ୍ବା କଫିର ସେବନ କରନ୍ତୁ ନାହିଁ । ବସିବାର ଭୁଲ୍ ଶୈଳୀ ଯୋଗୁଁ ଏବଂ ଅଧିକ ଟେନସନ୍ କାରଣରୁ ମୁଣ୍ଡବିନ୍ଧା ହୋଇଥାଏ । ବ୍ରେକଫାଷ୍ଟ୍, ଲଞ୍ଚ୍ ଓ ଡିନର୍ ସଠିକ୍ ଟାଇମରେ ନ ଖାଇବା କିମ୍ବା କମ୍ ଖାଇବା ଦ୍ୱାରା ପ୍ରେଗନେନ୍ସି ସମୟରେ ମୁଣ୍ଡବିନ୍ଧା ସମସ୍ୟା ଅଧିକ ଦେଖାଯାଏ ।

ଘରୋଇ ଉପଚାର –

୧- ମ୍ୟାଗ୍ନେସିୟମ୍ ଯୁକ୍ତ ପରିବା ଓ ସବୁଦିନେ ଅଧା କପ୍ ବାଦାମ୍ ସିଝାଇ ଖାଆନ୍ତୁ ।

୨- ପାଳଙ୍ଗ ଶାଗ ଖାଇବା ଦ୍ୱାରା ପ୍ରେଗନେନ୍ସି ସମୟରେ ମୁଣ୍ଡବିନ୍ଧା ଦୂର ହୋଇଥାଏ ।

୩- ଦିନକୁ ୨ ଥର ଅଦା ଚାହା ପିଅନ୍ତୁ । କଫି ପିଇବାରୁ ନିବୃତ ରହନ୍ତୁ । ହରବାଲ୍ କିମ୍ବା ଲେମନ୍ ଟି ସପ୍ତାହରେ ଥରେ କିମ୍ବା ୨ ଥର ପିଇପାରିବେ ।

୪- ସକାଳର ତାଜା ଓ ଥଣ୍ଡା ପରିବେଶରେ ବୁଲିବାକୁ ଯାଆନ୍ତୁ ।

୫- ଏକାଥରକେ ଅଧିକ ନ ଖାଇ ସାରା ଦିନ ଅଳ୍ପ ଅଳ୍ପ ଖାଆନ୍ତୁ ।

୬- ମୁଣ୍ଡ, ବେକ ପଛପଟ, କାନ୍ଧ ଓ ପିଠିକୁ ସବୁଦିନେ ମସାଜ୍ କରାଇନିଅନ୍ତୁ । 

Leave a Reply

Your email address will not be published.