ବର୍ଷାଦିନରେ ଶିଶୁମାନଙ୍କ ହଜମ ସମସ୍ୟାକୁ ଦୂର କରିବା ପାଇଁ ଘରୋଇ ଉପାୟ

ସାଧାରଣତଃ ବର୍ଷାଦିନରେ ଶିଶୁମାନଙ୍କ କ୍ଷେତ୍ରରେ ଅଧିକ ପେଟରୋଗ ଦେଖାଦେଇଥାଏ । ହଜମ ସମସ୍ୟା ସହିତ ପେଟ ମାରିବା, ପେଟ ଦରଜ ଓ ବାନ୍ତି ସମସ୍ୟାରୁ ଦୂରେଇ ରହିବା ପାଇଁ କିଛି ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ । ବର୍ଷାଦିନେ ଜଳବାୟୁ ଓଦା ରହିବା କାରଣରୁ ଅଧିକ ରୋଗ ଜୀବାଣୁ ସୃଷ୍ଟି ହୋଇଥାଏ । ତେଣୁ ଶିଶୁମାନଙ୍କୁ ଫାଷ୍ଟଫୁଟ୍ କିମ୍ବା ରେଷ୍ଟୁରାଣ୍ଟ୍ ଖାଦ୍ୟ ଠାରୁ ଦୂରେଇ ରଖନ୍ତୁ । ଏହା ସହିତ ସେମାନଙ୍କର ଡାଏଟ୍ ରୁଟିନରେ କିଛି ପରିବର୍ତ୍ତନ କରନ୍ତୁ ।

ତେବେ ଆସନ୍ତୁ ଜାଣିବା –
୧- ପେଟ ଦରଜ ଓ ହଜମ ସମସ୍ୟା ଦୂର କରିବା ପାଇଁ ଶିଶୁଙ୍କ ପାଚିଲା କଦଳୀ ଖାଇବାକୁ ଦିଅନ୍ତୁ । କଦଳୀରେ ଥିବା ଏସେନସିଆଲ୍ ନ୍ୟୁଟ୍ରିଅନ୍ସ ଖାଦ୍ୟକୁ ସହଜରେ ହଜମ କରାଇବାରେ ସହାୟକ ହୋଇଥାଏ ।
୨- ବର୍ଷାଦିନରେ ଅଧିକ ଆମ୍ବ ମିଳିଥାଏ । କିନ୍ତୁ ଆମ୍ବ ସହିତ ଆପୁଲ ମଧ୍ୟ ଅଧିକ ମାତ୍ରାରେ ଦିଅନ୍ତୁ । ଆମ୍ବ ହଜମ ଶକ୍ତିରେ ସାମାନ୍ୟ ବାଧା ସୃଷ୍ଟି କରିଥାଏ । କିନ୍ତୁ ଆପୁଲରେ ଭରପୁର ମାତ୍ରାରେ ଥିବା ଆଇରନ୍ ଓ ଫାଇବର୍ ହଜମ ଶକ୍ତି ବୃଦ୍ଧି କରିଥାଏ ।
୩- ଅଧିକ ତେଲ ସମଲା ଯୁକ୍ତ ଖାଦ୍ୟରୁ ଶିଶୁମାନଙ୍କୁ ଦୂରେଇ ରଖନ୍ତୁ । ବର୍ଷାଦିନରେ ଶୋଷ ଲାଗିନଥାଏ । କିନ୍ତୁ ଶିଶୁମାନଙ୍କୁ ଅଧିକରୁ ଅଧିକ ପାଣି ପିଇବାକୁ ଦିଅନ୍ତୁ । ଏହା ଦ୍ୱାରା ହଜମ ସମସ୍ୟା ଦୂର ହୋଇଥାଏ ।

Leave a Reply

Your email address will not be published.