ଅଧିକ ହାଇ ଆସୁଛି କି? ହୋଇପାରେ ଏହିସବୁ ରୋଗ

0
100
advertisement

ସାଧାରଣତଃ ନିଦ ଆସିବା ପୂର୍ବରୁ, ଅଧିକ ପରିଶ୍ରମ କରିବା ଦ୍ୱାରା କିମ୍ବା କୌଣସି କାମରେ ଆଗ୍ରହ ନଥିଲେ ହାଇ ଆସିଥାଏ । କିନ୍ତୁ କେତେଜଣ ବ୍ୟକ୍ତିଙ୍କୁ ଅଧିକରୁ ଅଧିକ ହାଇ ଆସିଥାଏ । ସ୍ୱାସ୍ଥ୍ୟବିଜ୍ଞାନୀମାନଙ୍କ ମତରେ ଏଭଳି ଅଧିକ ହାଇ ଆସିବା କୌଣସି ରୋଗର ଆଗୁଆ ସୂଚନା ଦେଇଥାଏ ।

ତେବେ ଆସନ୍ତୁ ଜାଣିବା ଅଧିକ ହାଇ ଆସିଲେ କେଉଁସବୁ ରୋଗର ସଙ୍କେତ ମିଳିଥାଏ-
୧- ଲିଭର୍ ଖରାପ୍ ହେଲେ ଅଳ୍ପ ପରିଶ୍ରମରେ ଅଧିକ ଥକ୍କା ଲାଗିଥାଏ । ଏହି ଥକ୍କା ଲାଗିବା କାରଣରୁ ହାଇ ଆସିଥାଏ । ତେଣୁ ଏ ପ୍ରତି ଦୃଷ୍ଟି ଦିଅନ୍ତୁ ।
୨- ଶରୀରରେ ଥାଇରଏଡ୍ ହରମୋନ୍ କମ୍ ସୃଷ୍ଟି ହେବା କାରଣରୁ ହାଇପୋ ଥାଇରଏଡ୍ ସମସ୍ୟା ଦେଖାଦିଏ । ଏହା ଯୋଗୁଁ ଅଧିକ ହାଇ ଆସିଥାଏ । ଏହା ପରବର୍ତ୍ତି ସମୟରେ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଥାଏ ।
୩- କିଛି ରିସର୍ଚରୁ ଜଣାପଡ଼ିଛି ଯେ ଅଧିକ ଟେନସନ୍ ଓ ଡିପ୍ରେସନ୍ କାରଣରୁ ହେଉଥିବା ବ୍ଲଡ୍ ପ୍ରେସର୍ ଯୋଗୁଁ ଅଧିକ ହାଇ ଆସିଥାଏ । ବ୍ଲଡ୍ ପ୍ରେସର୍ ଅଧିକ ହେଲେ ହୃଦସ୍ପନ୍ଦନ କମିଯାଏ । ଫଳରେ ବ୍ରେନକୁ ଠିକ୍ ଭାବରେ ଅକ୍ସିଜେନ୍ ପହଞ୍ଚି ପାରେନାହିଁ । ଏହି କାରଣରୁ ହାଇ ଆସିଥାଏ । ଏହି ହାଇ ଦ୍ୱାରା ଶରୀର ଅଧିକରୁ ଅଧିକ ଅକ୍ସିଜେନ୍ ଗ୍ରହଣ କରିଥାଏ । ତେଣୁ ଏଭଳି ପରିସ୍ଥିତିରେ ଅଧିକରୁ ଅଧିକ ହାଇ ଆସିଥାଏ ।
୪- ଶରୀରରେ ବ୍ଲଡ୍ ଗ୍ଲୁକୋଜ୍ ସ୍ତର୍ କମ୍ ହେଲେ ଅଧିକ ହାଇ ଆସିଥାଏ । ଡାଇବେଟିଜ୍ ରୋଗୀଙ୍କ ପାଇଁ ଏହା ବହୁତ ବିପଦଜନକ । ତେଣୁ ଏ ସମ୍ପର୍କରେ ଖୁବ୍ ଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରାଇ ନିଅନ୍ତୁ ।
୫- ଫୁସଫୁସ୍ ଜନିତ କିଛି ରୋଗ ପାଇଁ ମଧ୍ୟ ଅଧିକ ହାଇ ଆସିଥାଏ ।
୬- ଖାଦ୍ୟରେ ଅନିୟମିତତା ଓ ହଜମ ସମସ୍ୟା ଯୋଗୁଁ ହାଇ ଆସେ ।