ଚର୍ମ ବି ନିୟନ୍ତ୍ରଣ କରେ ରକ୍ତଚାପ ଓ ହୃଦ‍୍‌ସ୍ପନ୍ଦନ

0
145
advertisement

ଲଣ୍ଡନ: ମେଡିକାଲ‍୍‌ ସାଇନ୍ସରେ ଆଜି ଯାଏ ଯେତିକି ଗବେଷଣା ହୋଇଛି ସେ ସବୁଥିରେ ମଣିଷ ଶରୀରର ରକ୍ତଚାପ ଓ ହୃଦ‍୍‌ସ୍ପନ୍ଦନ ବିଶେଷ କରି ମସ୍ତିଷ୍କ, କିଡ୍ନୀ ବା ରକ୍ତ ନଳୀ ଦ୍ୱାରା ପ୍ରଭାବିତ ହୋଇଥାଏ ବୋଲି ଉଲ୍ଲେଖ ରହିଛି। ସେହି ଅନୁସାରେ ଆମ ଚିକିତ୍ସା ବିଜ୍ଞାନ ମଧ୍ୟ ରୋଗ ନିୟନ୍ତ୍ରଣ ପାଇଁ ଚେଷ୍ଟା କରିଥାଏ। ହେଲେ କେମ୍ୱ୍ରିଜ୍‌ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଏଥିରେ ଆଉ ଏକ ଅଧ୍ୟାୟ ଯୋଡ଼ିଛନ୍ତି। ଇ-ଲାଇଫ୍ ଜର୍ଣ୍ଣାଲ‍୍‌ରେ ପ୍ରକାଶିତ ଏକ ରିସର୍ଚ୍ଚ ରିପୋର୍ଟ ଅନୁସାରେ ମଣିଷ ଶରୀର ଚର୍ମ ମଧ୍ୟ ରକ୍ତଚାପ ନିୟନ୍ତ୍ରଣର ଏକ ପ୍ରମୁଖ ଅଙ୍ଗ ବୋଲି ସେ କହିଛନ୍ତି।

 

ମଣିଷ ଶରୀରର ସବୁଠାରୁ ବଡ଼ ଅଙ୍ଗ ହେଉଛି ଚମଡ଼ା। ପାଖପାଖି ୨ ବର୍ଗ ମିଟରର ଚର୍ମ ଜଣେ ମଣିଷ ଧାରଣ କରିଥାଏ। ଯେତେବେଳେ ଚର୍ମ ସହ ସଂଯୁକ୍ତ ଛୋ ଛୋଟ ରକ୍ତ ନଳୀଗୁଡ଼ିକ ରକ୍ତ ଅଭାବ ଶିକାର ହୁଅନ୍ତି ସେତେବେଳେ ମଣିଷ ହୃଦ‍୍‌ଘାତ ବା ଉଚ୍ଚ ରକ୍ତଚାପର ଶିକାର ହୋଇଥାଏ। ପରିବେଶରେ ଅମ୍ଳଜାନର ସ୍ଥିତି ଅନୁସାରେ ଏହା ନିୟନ୍ତ୍ରଣ ହୋଇଥାଏ।

 

ପ୍ରଫେସର ରାଣ୍ଡାଲ‍୍‌ ଜନ‍୍‌ସନ‍୍‌ କହିଛନ୍ତି, ଉଚ୍ଚ ଅକ୍ଷାଂଶ, ପ୍ରଦୂଷଣ, ଧୂମପାନ, ଅବସାଦ ହେତୁ ହୃତ୍ପିଣ୍ଡରେ ଥିବା ଟିସୁଗୁଡ଼ିକୁ ଅମ୍ଳଯାନ ପ୍ରବାହ କମିଥାଏ। ଏହି ସମୟରେ ସେହି ଟିସୁରେ ରକ୍ତ ପ୍ରବାହ ବଢ଼େ। ଏହି ସମୟରେ ଏହି ଅଧିକ ରକ୍ତ ପ୍ରବାହ ଏଚ‍୍‌ ଆଇଏଫ୍ ପ୍ରୋଟିନ‍୍‌ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଏହି ପ୍ରୋଟିନ‍୍‌ ଆମ ଚର୍ମରେ ଦେଖିବାକୁ ମିଳିଥାଏ ବୋଲି ଜନ୍ସନ‍୍‌ କହିଛନ୍ତି।

 

ଏକ ଜେନେଟିକାଲ‍୍‌ ମୋଡି ଫାଏଡ୍ ( ଜିଏମ‍୍‌) ମୂଷାକୁ ଏହି ପରିସ୍ଥିତିରେ ଛଡ଼ା ଯାଇ ସମ୍ପୃକ୍ତ ପରିବେଶରେ ତାର ରକ୍ତ ପ୍ରବାହକୁ ହିସାବକୁ ନିଆଯାଇଥିଲା। ସମ୍ପୃକ୍ତ ମୂଷା ଶରୀରରେ ଏଚ‍୍‌ଆଇଏଫ୍ ପ୍ରୋଟିନ‍୍‌ ନଥିବାରୁ ସେ ଏହି ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରି ନଥିଲା। ଫଳେ ମୂଷାର ହୃଦ‍୍‌ସ୍ପନ୍ଦନ, ରକ୍ତଚାପ ଅଧିକ ହୋଇଥିଲା।

 

ଏହିକ୍ରମର ମଣିଷ ଶରୀରରେ ରକ୍ତଚାପ ନିୟନ୍ତ୍ରଣ ପାଇଁ ଚର୍ମକୁ ମଧ୍ୟ ଏକ ଅଙ୍ଗ ଭାବେ ଗ୍ରହଣ କରିବା ଜରୁରୀ। ଏ ବିଷୟରେ ଅଧିକ ଗବେଷଣା ଆବଶ୍ୟକ।