ଜାଣନ୍ତୁ କଞ୍ଚା ଆମ୍ବ ଆମ ଶରୀର ପାଇଁ କେତେ ଉପକାରୀ

(ଓଡିଶା ଟାଇମ୍) : ଖରାଦିନେ କଞ୍ଚା ଆମ୍ବ ପ୍ରଚୁର ପରିମାଣରେ ମିଳିଥାଏ । ସମସ୍ତଙ୍କୁ ଆମ୍ବ ଖାଇବାକୁ ଭଲ ଲାଗିଥାଏ । କଞ୍ଚା ଆମ୍ବ ହେଉ କିମ୍ବା ପାଚିଲା ଆମ୍ବ ସମସ୍ତଙ୍କୁ ପସନ୍ଦ । ତେବେ ଆସନ୍ତୁ ଜାଣିବା କଞ୍ଚା ଆମ୍ବର ଉପକାରିତା ସମ୍ପର୍କରେ

ଗ୍ୟାସ କିମ୍ବା ଛାତି ଜଳିବା ଭଳି ସମସ୍ୟା ଥିଲେ କଞ୍ଚା ଆମ୍ବ ଖାଇବା ଦ୍ୱାରା ଏହା ଭଲ ହୋଇଥାଏ । କଞ୍ଚା ଆମ୍ବକୁ ଶରୀରରେ ପାଣିର ମାତ୍ରା ସଠିକ ପରିମାଣରେ ରହିଥାଏ ।

କଞ୍ଚା ଆମ୍ବ ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ । କଞ୍ଚା ଆମ୍ବରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ସି ରହିଥାଏ। ଏହା ରକ୍ତକୁ ପରିଷ୍କାର ରଖିଥାଏ।

ମଧୁମେହ ରୋଗୀଙ୍କ ପାଇଁ କଞ୍ଚା ଆମ୍ବ ଉପକାରୀ । ଶରୀରରୁ ସୁଗାର ମାତ୍ରା କମ୍‌ କରିବାକୁ ହେଲେ କାଞ୍ଚା ଆମ୍ବୁକୁ ଦହି କିମ୍ବା ଭାତରେ ଖାଇ ପାରିବା ଦ୍ୱାରା ଉପଷମ ମିଳିଥାଏ ।

ରୋଗପ୍ରତିରୋଧକ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ। ଶରୀରର ଓଜନ ବୃଦ୍ଧି ହେବାକୁ ଦିଏ ନାହିଁ। ଗରମ ଦିନେ ଶରୀରରେ ଘିମିରି ହୋଇଥିଲେ ଆମ୍ବ ଖାଇବା ଦ୍ୱାରା ଏହା ଦୂର ହେଇଥାଏ।

Leave a Reply

Your email address will not be published.