୭୮ ବର୍ଷରେ ପଦାର୍ପଣ କଲେ ବିଗ୍ ବି

ମୁମ୍ବାଇ, (ଓଡିଶା ଟାଇମ୍) : ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କର ଆଜି ଜନ୍ମ ଦିନ । ବଲିଉଡ ସମ୍ରାଟ ବିଗ୍ ବି ୭୮ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୪୨ ମସିହା ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ଅଭିତାଭ୍ । ସେ ଆକ୍ସନ ଫିଲ୍ମ ହେଉ ଅବା କମେଡି, ଇମ୍‌ସୋନାଲ ସିନ୍ ହେଉ ଅବା ରୋମାଂଟିକ, ପ୍ରତ୍ୟେକ ଚରିତ୍ରରେ ଜିବନ୍ତ ଅଭିନୟ କରିଥାନ୍ତି ବଲିଉଡର ଏହି ସହେନ୍ସା । ତାଙ୍କ ଭଏସର ଏକ ଅଲଗା ଜାଦୁ ରହିଛି ।

ସେଥିପାଇଁ ତ ତାଙ୍କୁ ବଲିଉଡର ମହାନାୟକ ବୋଲି କୁହାଯାଏ । ଦୀର୍ଘ ୫ ଦଶନ୍ଧି ଧରି ବଲିଉଡରେ ରାଜ କରୁଛନ୍ତି ଅମିତାଭ । ତାଙ୍କ କ୍ୟାରିଅରରେ ସେ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି ବଲିଉଡକୁ। ଆଜି ମଧ୍ୟ ସେ ଥକି ନାହାନ୍ତି । ଏତେ ବୟସରେ ମଧ୍ୟ ନିଜ କାମରୁ ବିରାମ ନେବାକୁ ପ୍ରସ୍ତୁତ ନୁହନ୍ତି ବିଗ୍ ବି । ସର୍ବଦା ଚଳଚଞ୍ଚଳ ବିଗ୍ ବି । ଏଠି କହିରଖୁଛୁ ଯେ, ବିଗ୍ ବି ତାଙ୍କ ପରିବାରର ଅତି ନିକଟତର । ସେ ନିଜ ସନ୍ତାନ, ବୋହୂ ଏବଂ ନାତୁଣୀଙ୍କୁ ଗଭୀର ସ୍ନେହ କରନ୍ତି ।

କିଛି ଦିନ ପୂର୍ବେ ବିଗ୍ ବି, ଅଭିଷେକ ବଚ୍ଚନ,ଐଶ୍ୱର‌୍ୟ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନଙ୍କୁ କରୋନା ପଜିଟିଭ୍ ମିଳିଥିଲା। ଏହି ସମୟ ମଧ୍ୟରେ ବିଗ୍ ବି ପୁରା ପରିବାର ପାଇଁ ପ୍ରାର୍ଥନା କରୁଥିଲେ । ମହାମାରୀ କରୋନାକୁ ମାତ୍ ଦେଇଛନ୍ତି ପୁରା ବଚ୍ଚନ ପରିବାର । ଏବେ ବୟସ ସହ ରୋଗ ବଢ଼ି ଚାଲିଥିଲେ ମଧ୍ୟ ପଛକୁ ଫେରିନାହାନ୍ତି ବଲିଉଡର ମହାନାୟକ ।

Leave a Reply

Your email address will not be published.