ସୁରକ୍ଷାକର୍ମୀଙ୍କ କୁମ୍ବିଂ ଅପରେସନ ବେଳେ ଗୁଳି ବିନିମୟ, ପୋଲିସ-ମାଓବାଦୀ ମୁହାଁମୁହିଁ

ମାଲାକନଗିରି , (ଓଡିଶା ଟାଇମ୍) :ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟ ଏବେ ସୁଦ୍ଧା ଚାଲିଛି। ମାତ୍ର ଏଥିରେ କେହି ମୃତାହତ ହୋଇଥିବା ଜଣାପଡ଼ି ନାହିଁ। ସୂଚନା ଅନୁଯାୟୀ ଆଜି ସକାଳୁ ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳର ଜୁମଡାଙ୍ଗ ଗ୍ରାମ ନିକଟରେ ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା । ତେବେ ଏହାପରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ମଧ୍ୟ ଜାରି ରହିଥିବା ଜଣା ପଡିଛି। ମାଓବାଦୀ ମାନେ ଜୁମଡାଙ୍ଗ ଅଞ୍ଚଳରେ କିଛି ଗାଡି ପୋଡ଼ିଦେଇଥିବା ମଧ୍ୟ ସୂଚନା ମିଳିଛି । ତେବେ ଏନେଇ ପୋଲିସ ପକ୍ଷରୁ ବର୍ତ୍ତମାନ ଶୁଦ୍ଧା କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

ସୂଚନାଯୋଗ୍ୟ ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳର ଜୁମଡାଙ୍ଗରେ ନକ୍ସଲଙ୍କ ଗତିବିଧି ଥିବା ସଂପର୍କରେ ବିଶେଷ ସୂତ୍ରରୁ ଖବରପାଇ ଗତକାଲି ରାତିରେ ପୁଲିସ, ଏସଓଜି ଏବଂ ବିଏସଏଫ (ବାଟାଲିୟନ-୯)ର ଯବାନ ମିଳିତ ଭାବେ ଉକ୍ତ ଅଞ୍ଚଳରେ ସର୍ଚ ଅପରେସନ୍ କରିଥିଲେ। ଏ ସମ୍ପର୍କରେ ନକ୍ସଲମାନେ ଜାଣିପାରି ସେଠାରେ ଲାଣ୍ଡମାଇନ ବିସ୍ଫୋରଣ କରିଥିଲେ । ଏହାର ପାଲଟା ଜବାବ ଦେବାକୁ ଯାଇ ପୋଲିସ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ଏବେ ମଧ୍ୟ ସେହି ଅଞ୍ଚଳରେ ଗୁଳି ବିନିମୟ ଚାଲିଥିବା ଜଣାପଡିଛି । ତେବେ ଏହି ଘଟଣା ସମ୍ପର୍କରେ ପୁଲିସ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

Leave a Reply