ବନ୍ଧାହେଲେ ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟର

ଫୁଲବାଣୀ, (ଓଡିଶା ଟାଇମ୍): ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ । ତିନି ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧାହେଲେ ରେଭିନ୍ୟୁ ଇନ୍ସପେକ୍ଟର । କନ୍ଧମାଳ ଜିଲ୍ଲା ଜଣେ ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟରଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଗିରଫ ଜଣଙ୍କ ହେଲେ ଖଜୁରୀପଡା ତହସିଲ ଅନ୍ତର୍ଗତ ଗୁଦାରୀ ଆରଆଇ ସୁନୀଲ ଦିଗାଲ । ସେହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଜମି ପାର୍ଟିସନ କରିଦେବା ଲାଗି ତିନି ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଫଳରେ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ।

ମଙ୍ଗଳବାର ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ତିନି ହଜାର ଟଙ୍କା ଲାଞ୍ଚ ନେବାବେଳେ ପୂର୍ବରୁ ଯୋଜନା ମୁତାବକ ଛକି ବସିଥିବା ଭିଜିଲାନ୍ସ ଟିମ୍ ମାଡି ବସିଥିଲେ । ଆରଆଇ ଦିଗାଲଙ୍କ ନିକଟରୁ ତିନି ହଜାର ଲାଞ୍ଚ ଟଙ୍କା ଉଦ୍ଧାର କରି ଗିରଫ କରିବା ସହ ଆରଆଇ କାର୍ଯ୍ୟାଳୟକୁ ମଧ୍ୟ ତଲାସୀ କରୁଛନ୍ତି ।

Leave a Reply

Your email address will not be published.