ଆଜି ଜିଏସଟି ପରିଷଦର ୪୧ତମ ବୈଠକ; ଶସ୍ତା ହୋଇପାରେ ଏହିସବୁ ଜିନିଷ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୪୧ ତମ ଜିଏସଟି ପରିଷଦ ବୈଠକରେ ଆଜି ସକାଳ ୧୧ଟାରେ ଅଧ୍ୟକ୍ଷତା କରିବେ ।

ଏହି ବୈଠକରେ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ ।

ସୁନା ବିକ୍ରି ଉପରେ ୩ ପ୍ରତିଶତ ଜିଏସଟି ଲଗାଇବା ଉପରେ ନିଷ୍ପତ୍ତି ହୋଇପାରେ । ଏହାବ୍ୟତିତ ଦୁଇ ଚକିଆ ଯାନବାହନ ଉପରେ ଥିବା ୨୮ ପ୍ରତିଶତ ଜିଏସଟିକୁ ହ୍ରାସ କରି ୧୮ ପ୍ରତିଶତ କରାଯାଇପାରେ ।

ବାଇକ୍ ଓ ସ୍କୁଟର ଉପରେ ୧୦ ହଜାର ଟଙ୍କା ଶସ୍ତା ହୋଇପାରେ-

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ଦୁଇ ଚକିଆ ଯାନବାହନ କମ୍ପାନୀକୁ କିଛିଟା ସୁବିଧା ଦେବା ନେଇ ସଙ୍କେତ ଦେଇଥିଲେ । ଏହି ଖବର ପରେ ବଜାଜ ଅଟୋକୁ ମାନେଜିଂ ଡାଇରେକ୍ଟର ରାଜୀବ ବଜାଜ ସିଏନବିସି ଟିଭି୧୮କୁ ଏକ ଇଣ୍ଟରଭ୍ୟୁ ରେ କହିଛନ୍ତି ଯେ ଯଦି ସରକାର ଦୁଇ ଚକିଆ ଯାନବାହନ ଉପରେ ଜିଏସଟି ଘଟାନ୍ତି, ତାହେଲେ ଇଣ୍ଡଷ୍ଟ୍ରିକୁ ବଡ ସୁବିଧା ହେବ ।

ସେ ଆହୁରି ମଧ୍ୟ କହିଥିଲେ ଏଭଳି ସଙ୍କଟ ସମୟରେ ସରକାର କିଛିଟା ଇନସେଟିଭ୍ ଦେବା ଉଚିତ୍ । ଯାହା ଫଳରେ କମ୍ପାନୀର ଅବସ୍ଥାରେ ସୁଧାର ଆସିପାରିବ । ବର୍ତ୍ତମାନ ସମୟରେ ଅଟୋ ସେକ୍ଟର ଉପରେ ୨୮ ପ୍ରତିଶତ ଜିଏସଟି ନିଆ ଯାଉଛି । ଯଦି ସରକାର ଜିଏସଟିକୁ ୧୮ ପ୍ରତିଶତ ହ୍ରାସ କରାନ୍ତି ତାହେଲେ ବାଇକ ଗୁଡିକ ୮ ହଜାରରୁ ୧୦ ହଜାରରୁ ଅଧିକ ଶସ୍ତା ହୋଇପାରେ ।

ନ୍ୟୁଜ୍ ୧୮ରେ ପ୍ରକାଶିତ ରିର୍ପୋ ଅନୁଯାୟୀ ବର୍ତ୍ତମାନର ଜିଏସଟି ରେଟ୍ ସ୍ଟ୍ରେକଚର ଅନୁସାରେ କିଛି ସିନ୍ ଗୁଡ୍ସ ଉପରେ ସେସ୍ ଲଗା ଯାଇପାରେ । ଯଦି ଏମିତି ହୁଏ ତାହେଲେ ସିଗାରେଟ୍‌, ପାନ ମସଲା ଏବଂ ଗାଡି ଓ କାର୍ ଆଦି ମହଙ୍ଗା ହୋଇଯିବ ।

Leave a Reply

Your email address will not be published.