ଓଡିଶା ଖାଦ୍ଯ ଅଧିକାର ଅଭିଯାନର ସର୍ଭେ,ଖାଦ୍ୟା ଅଭାବ ଯୋଗୁଁ ୧୩ ପ୍ରତିଶତ ଭତ୍ତା ହିତାଧିକାରୀ ଦିନେ ବା ଅଧିକ ଦିନ ଉପାସ ରହିଛନ୍ତି 

ଭୁବନେଶ୍ବର, (ଓଡିଶା ଟାଇମ୍) : ବର୍ତ୍ତମାନ ସାରା ଦେଶ ଓ ରାଜ୍ୟ କୋଭିଡ଼ି-୧୯ ସଂକ୍ରମଣ ରେ କବଳିତ । ଦେଶରେ ୧୫ ଲକ୍ଷ ରୁ ଅଧିକ ଓ ଆମ ରାଜ୍ୟରେ ୨୮୦୦୦ ରୁ ଅଧିକ ଲୋକ କରୋନା ରୋଗରେ ସଂକ୍ରମଣ ହୋଇସାରିଲେଣି । ଏ ମହାମାରୀ କେବଳ ସ୍ୱାସ୍ଥ୍ୟ ଓ ଆର୍ଥିକ ସଙ୍କଟ ଭାବରେ ଉଭା ହେଇଛି ଖାଲି ତାହା ନୁହେଁ ଏହା ଧୀରେ ଧୀରେ ଖାଦ୍ଯ ଓ ପୃଷ୍ଟି ସଙ୍କଟ ଆଡକୁ ଗତି କଲାଣି। ଏ ଭଳି ସ୍ଥିତିରେ ଯେଉଁଠାରେ ଲକଡ଼ାଉନ ଗମନାଗମନ ଯୋଗୁଁ ଅନେକ ମାତ୍ର ରେ ପ୍ରଭାବିତ ହେଇଛି ସେଠାରେ ଅସହାୟ ଲୋକ ,ବୃଦ୍ଧ ,ଦିବ୍ୟାଙ୍ଗ ଓ ଏକାକି ମହିଳା ମାନଙ୍କର ଖାଦ୍ଯ ନିରାପତ୍ତା ଅତି ସଙ୍କଟାପର୍ଣ୍ଣ ଆଡକୁ ଗତି କରିଲାଣି ।

ଏହି ପରିପେକ୍ଷୀ ରେ ଓଡିଶା ଖାଦ୍ଯ ଅଧିକାର ଅଭିଯାନ ର କିଛି ସ୍ଵଛାସେବୀ ଫୋନ ମାଧ୍ୟମରେ ବରଗଡ ,ବଲାଙ୍ଗରୀ, କଳାହାଣ୍ଡି ଓ ନୂଆପଡା ଜିଲ୍ଲା ରୁ ଭତ୍ତା ପାଉଥିବା ହିତାଧିକାରୀ ଯଥା ବୃଦ୍ଧ ,ଦିବ୍ୟାଙ୍ଗ, ବିଧବା ଓ ଏକାକି ମହିଳା ସ୍ଥିତି ବିଷୟରେ ଜାଣିବା ପାଇଁ ଏକ ସର୍ଭେ କରିଥିଲେ । ଏହି ସର୍ଭେ ଉଦେଶ୍ୟ ଥିଲା କି ସରକାରଙ୍କ ଦ୍ଵାରା ପ୍ରଚଳିତ ଖାଦ୍ଯ ସୁରକ୍ଷା, ଭତ୍ତା ଓ କାମ ଇତ୍ୟାଦି ଯୋଜନା ଲୋକମାନଙ୍କ ପାଖରେ କିପରି ପହଁଞ୍ଚି ପାରିଛି ଏବଂ ତାଙ୍କର ଖାଦ୍ଯ ସୁରକ୍ଷା ର ସ୍ଥିତି ।
ସର୍ଭେ :-
ଓଡିଶା ଖାଦ୍ଯ ଅଧିକାର ଅଭିଯାନ ର କିଛି ସ୍ଵଛାସେବୀ ଫୋନ ମାଧ୍ୟମରେ ୧ ଜୁଲାଇ ଠାରୁ ୧୫ ଜୁଲାଇ -୨୦୨୦ ମଧ୍ୟରେ ସର୍ଭେ କରିଥିଲେ । ଏହି ସର୍ଭେରେ ଲକ୍ଷ ରଖାଯାଇଥିଲା ୨୦୦ ଅସହାୟ ଲୋକ ,ବୃଦ୍ଧ ,ଦିବ୍ୟାଙ୍ଗ ଓ ଏକାକି ମହିଳା ମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବା ପାଇଁ କିନ୍ତୁ ଫୋନ ମାଧ୍ୟମରେ କେବଳ ୬୩ ଜଣଙ୍କ ସହିତ ଯୋଗାଯୋଗ କରାଯାଇ ପାରିଥିଲା । ଯୋଗାଯୋଗ କରାଯାଇ ତଥ୍ୟ ସଂଗ୍ରହ କରାଯାଇ ଥିବା ବ୍ଯକ୍ତି ମାନଙ୍କ ମଧ୍ୟରୁ ୫୯ % ପଛୁଆବର୍ଗ ,୨୧% ଦଳିତ ,୧୬% ଆଦିବାସୀ ଓ ୫% ସାଧରଣ ବର୍ଗ ର ଅଟନ୍ତି । ସେମାନଙ୍କ ମଧ୍ୟରୁ ୪୧% ଭାଗ ଲୋକଙ୍କ ର ପ୍ରାଥମିକ ବୃତ୍ତି କୁଲିମଜୁରି, ୪୦% ଭାଗ ଲୋକଙ୍କ ର ପ୍ରାଥମିକ ବୃତ୍ତି କୃଷି ,୧୧% ଭାଗ ଲୋକ ଭତ୍ତା ଓ ସାଧାରଣ ବଣ୍ଟନ ବ୍ୟବସ୍ତା ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତି ।

ତଥ୍ୟ ସଂଗ୍ରହ ର ଫଳାଫଳ :-

ତଥ୍ୟ ସଂଗ୍ରହ ରୁ ଜଣା ପଡିଥିଲା ଯେ ସମସ୍ତ ଭତ୍ତା ହିତାଧିକାରୀ ମାନେ ଅଗ୍ରୀମ ଭାବରେ ଏପ୍ରିଲ ରୁ ଜୁଲାଇ ମାସ ପର୍ଯ୍ୟନ୍ତ ସେମାନଙ୍କର ଭତ୍ତା ପାଇପାରିଛନ୍ତି । ଏଥି ସହିତ ସମସ୍ତ ହିତାଧିକାରୀ ଯାହାର ରାସନ କାର୍ଡ ଅଛି ସେମାନେ ଅଗ୍ରୀମ ଭାବରେ ରାସନ କାର୍ଡ ଏପ୍ରିଲ ରୁ ଜୁନ ମାସର ରାସନ ପାଇପାରିଛନ୍ତି । ୬ % ପରିବାର ଙ୍କ ରାସନ କାର୍ଡ ନାହିଁ ତେଣୁ ରାସନ ରୁ ବଞ୍ଚିତ ହେଇଛନ୍ତି । ଯେଉଁ ପରିବାର ମାନେ ରାସନ କାର୍ଡ ପାଇଛନ୍ତି ସେମାନଙ୍କ ମଧ୍ୟରୁ ୮.୫ % ପରିବାର ର ଜଣେ କିମ୍ବା ଅଧିକ ବ୍ୟକ୍ତି ଙ୍କ ର ନାମରେ ଆଧାର କାର୍ଡ ନଥିବା ଅଥବା ଆଧାର ଲିଙ୍କ ହେଇନଥିବା ରୁ ସେମାନଙ୍କ ନାମ ରାସନ କାର୍ଡ ରୁ ବାଦପଡିଛି । ତଥ୍ୟ ସଂଗ୍ରହ ରୁ ଜଣା ପଡିଥିଲା ଯେ ୨୧ % ହିତାଧିକାରୀ ମନେରେଗାରେ କାମ ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ହାରାହାରି ୧୮ ଦିନର କାମ ମିଳିଛି । ୩୧ % ହିତାଧିକାରୀ କହିଛନ୍ତି ମନେରେଗାରେ କାମ କରିବାପରେ ମଧ୍ୟ ତାଙ୍କୁ ମଜୁରି ମିଳିନାହିଁ । ୧୩ % ପରିବାର ର ଜଣେ କିମ୍ବା ଦୁଇ ଜଣ ଲୋକମାନେ ବାହାର ରାଜ୍ୟରୁ ନିଜଗ୍ରାମ କୁ ଲକଡ଼ାଉନ ସମୟରେ ଫେରିଛନ୍ତି ଓ ସରକାରଙ୍କ ସଙ୍ଗରୋଧ କେନ୍ଦ୍ର ରେ ରହିଥିଲେ । ସଙ୍ଗରୋଧ କେନ୍ଦ୍ର ରେ ରହିଥିବା ବ୍ଯକ୍ତି ମାନଙ୍କ ମଧ୍ୟରୁ ଏକ କେବଳ କୋଡିଏ ଭାଗ ଲୋକଙ୍କୁ ୨୦୦୦ ଟଙ୍କା ମିଳିଛି ।

ଖାଦ୍ଯ ନିରାପତ୍ତା ବିଷୟରେ ତଥ୍ୟ ସଂଗ୍ରହ ରୁ ଜଣା ପଡିଥିଲା ଯେ ଯେଉଁ ହିତାଧିକାରୀ ମାନେ ଅଗ୍ରୀମ ଭାବରେ ରାସନ ପାଇପାରିଛନ୍ତି ସେମାନଙ୍କ ମଧ୍ୟ ରୁ ୧୬ % ପରିବାର ପାଖରେ ଆଉ ରାସନ ବାକି ନାହିଁ। ଏକ ଚତୁର୍ଥାଂଶ ପରିବାର ଙ୍କ ନିକଟରେ ୨ ରୁ ୭ ଦିନ ପାଇଁ ରାସନ ରହିଛି ଏବଂ ଦୁଇ ତୃତୀଯାଂଶ ପରିବାର ପାଖରେ ରାସନକୁ କିଣିବାକୁ ଅର୍ଥ ନାହିଁ।
ଖାଦ୍ଯ ନିରାପତ୍ତା ବିଷୟରେ ତଥ୍ୟ ସଂଗ୍ରହ ରୁ ଆହୁରି ଜଣା ପଡିଥିଲା ୫୪% ପରିବାର ଭବିଷ୍ୟତ ର ଖାଦ୍ଯ ଅଭାବ କୁ ଦେଖି ନିଜ ଖାଇବା ପରିମାଣ କମ କରିଦେଇଛନ୍ତି। ଲକ ଡ଼ାଉନ ସମୟରେ ଦୁଇ ତୃତୀୟାଶ ପରିବାର (୬୯ % ) ରାସନ ସାମଗ୍ରୀ କିଣିବା ପାଇଁ ସେମାନଙ୍କ ପୋଡଶୀ ମାନଙ୍କ ଠାରୁ ରୁଣ କରିଛନ୍ତି । ଘରେ ଖାଦ୍ଯ ନଥିବା ଯୋଗୁଁ ଏହି ସମୟରେ ୧୩% ପରିବାର ଦିନେ ଦୁଇଦିନ ଉପାସ ରହିବାକୁ ବାଧ୍ୟ ହେଇଛନ୍ତି ।

ସୁପାରିସ :-

୧-କାରୋନା ମହାମାରୀ ସମୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ସମସ୍ତ ଙ୍କୁ ରାସନ ପ୍ରଦାନ କରାଯାଉ ବିଶେଷ କରି ରାଜ୍ୟ ଖାଦ୍ୟ ଯୋଜନା ଅନ୍ତର୍ଗତ ଧାର୍ଯ୍ୟ ହେଇଥିବା ୩୦ ଲକ୍ଷ ହିତାଧିକାରୀ ରୁ କେବଳ ୮.୨୮ ଲକ୍ଷ୍ୟ ହିତାଧିକାରୀ ଙ୍କୁ ସାମିଲ କରା ଯାଇଛି। ବାକି ଖାଲି ଥିବା କୋଟା (୭.୭୨ ଲକ୍ଷ୍ୟ) ଯଥାଶୀଘ୍ର ପୁରା କରାଯିବା ନିହାତି ଜରୁରୀ ।
୨- ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ସମସ୍ତ ଙ୍କୁ ତିନି ମାସର ରାସନ ଅଗ୍ରିମ ଭାବରେ ପ୍ରଦାନ କରାଯାଉ ତାସହିତ କ୍ଷୁଦ୍ରଦାନା ,ଲୁଣ ,ତେଲ ଇତ୍ୟାଦି ମଧ୍ୟ ପ୍ରଦାନ କରାଯାଉ ।
୩- ଆଧାର କାର୍ଡ ନଥିବାରୁ କୌଣସି ବ୍ୟକ୍ତି ଙ୍କୁ ରାସନ କାର୍ଡ ରୁ ବାଦ ଦିଆନଯାଉ । ଏହି କାରଣ ରୁ ଯେଉଁ ମାନେ ବାଦ ପଡିଛନ୍ତି ସେମାଙ୍କୁ ତୁରନ୍ତ ରାସନ କାର୍ଡ ରେ ସାମିଲ କରାଯାଉ ।
୪- ଗ୍ରାମରେ ଯେଉଁ ଲୋକମାନେ ଭୋକରେ ରହୁଛନ୍ତି ବା ରୋଷେଇ କରିବାରେ ଅସମକ୍ଷ ସେମାନଙ୍କୁ ମହିଳା ସ୍ଵୟଂ ସହାୟକ ଗୋଷ୍ଟି ମାଧ୍ୟମ ରେ ରନ୍ଧା ଖାଦ୍ଯ ଯୋଗାଇ ଦିଆଯାଉ ।
୫-ଅଗ୍ରୀମ ଭାବରେ ଭତ୍ତା ର ହିତାଧିକାରୀ ମାନଙ୍କୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଦୁଇ ଗୁଣ ଭତ୍ତା ପ୍ରଦାନ କରାଯାଉ ।
୬- ମନେରେଗାରେ କାମ ତୋରନିତ୍ଵ କରାଯାଉ ଓ ବକେୟା ଥିବା ମଜୁରି କୁ ତୁରନ୍ତ ଶ୍ରମିକ ମାନଙ୍କୁ ପ୍ରଦାନ କରାଯାଉ ।

Leave a Reply