ଦ୍ୱିତୀୟଥର ବିବାହ କରିବେ ଗୋବିନ୍ଦା

ବଲିଉଡର ଡ୍ୟାନ୍ସିଙ୍ଗ୍ କିଙ୍ଗ୍ ଗୋବିନ୍ଦା ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ବିବାହ ଖୁସିରେ ଗୋବିନ୍ଦା ଓ ତାଙ୍କର ଲାଇଫ୍ ପାର୍ଟନର୍ ୯୦ଦଶକର ଗୀତରେ ଠୁମକା ମଧ୍ୟ ଲଗାଇବେ । ଏହାର ପୂର୍ବ ପ୍ରସ୍ତୁତି ସରିଯାଇଛି । କିନ୍ତୁ ଆପଣ ଜାଣିଛନ୍ତି କି ଗୋବିନ୍ଦା କାହା ସହିତ ବିବାହ କରିବାକୁ ଯାଉଛନ୍ତି । ତେବେ କହିରଖୁଛୁ ଗୋବିନ୍ଦା ତାଙ୍କର ପତ୍ନୀ ସୁନିତା ଆହୁଜାଙ୍କ ସହିତ ହିଁ ଦ୍ୱୀତିୟ ଥର ପାଇଁ ବିବାହ କରିବେ ।

ଏହି ବିବାହ ଉତ୍ସବ କପିଲ୍ ଶର୍ମା ଶୋ’ର ଆଗାମୀ ଏପିସୋଡ଼ରେ ଦେଖିବାକୁ ମିଳିବ । ଗୋବିନ୍ଦା ତାଙ୍କ ପତ୍ନୀ ସୁନିତା ଓ ଟିନା ଆହୁଜାଙ୍କ ସହିତ ଶୋ’ରେ ନଜର ଆସିବେ । ଏହି ଏପିସୋଡରେ ଟିନାଙ୍କର ମ୍ୟୁଜିକ୍ ଆଲବମ୍ ‘ମିଲୋ ନା ତୁମ୍’ର ପ୍ରମୋସନ୍ ଇଭେଣ୍ଟ୍ ମଧ୍ୟ ରହିଛି । କେବଳ ଏତିକି ନୁହେଁ, ଆଉ ଏକ ଏପିସୋଡରେ ପ୍ରଖ୍ୟାତ ଗାୟକ ଉଦିତ୍ ନାରାୟଣ ମଧ୍ୟ ତାଙ୍କ ସ୍ୱରର ଯାଦୁରେ ଦର୍ଶକଙ୍କୁ ମତୁଆଲା କରିବେ । ଏହି ଦୁଇଟି ଏପିସୋଡର ସୁଟିଂ ସରିଯାଇଛି । ଏହି ଖବର ସୋସିଆଲ୍ ମିଡିଆକୁ ଆସିବା ପରେ ଟେଲି ଦର୍ଶକ ‘କପିଲ୍ ଶର୍ମା ଶୋ’ର ଏହି ଆଗାମୀ ଏପିସୋଡ୍ ପାଇଁ ବେଶ୍ ଉତ୍କଣ୍ଠିତ ଜଣାପଡ଼ୁଛନ୍ତି ।

Leave a Reply

Your email address will not be published.