ଘରୋଇ ବସ୍ ପାଇଁ ଟାକ୍ସ ରିହାତି କଲେ ସରକାର

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ନିଜର କାୟାବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ଯାହାକି ସରକାର ମହାମାରୀକୁ ରୋକିବା ଲାଗି ଲକ୍ ଡାଉନ୍ ବ୍ୟବସ୍ଥା କରିଛନ୍ତି । ଏହି ସମୟରେ ଯାତ୍ରୀବାହୀ ଘରୋଇ ବସ କ୍ଷେତ୍ରରେ ଟାକ୍ସ ରିହାତି କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି ।

ଯାତ୍ରୀବାହୀ ବସ୍ କ୍ଷେତ୍ରରେ ଜୁଲାଇରେ ୭୫ ପ୍ରତିଶତ, ଅଗଷ୍ଟରେ ୫୦ ପ୍ରତିଶତ ଓ ସେପ୍ଟେମ୍ବରରେ ୨୫ ପ୍ରତିଶତ ଟାକ୍ସ ରିହାତି ଦିଆଯାଇଛି । ଏହି ଟାକ୍ସ ଛାଡ଼ ନିଷ୍ପତ୍ତିକୁ ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ସ୍ୱାଗତ କରାଯାଇଛି । ଏପ୍ରିଲ, ମେ ଓ ଜୁନରେ ସମ୍ପୂର୍ଣ୍ଣ ଟାକ୍ସ ଛାଡ଼ କରିଥିଲେ ସରକାର ।

 

Leave a Reply

Your email address will not be published.