ଜିଓ ପ୍ଲାଟଫର୍ମରେ ନିବେଶ କରିବ ଗୁଗୁଲ୍‌

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ରିଲାଏନ୍ସ ପକ୍ଷରୁ ନିଜର ୪୩ ତମ ଆନୁଆଲ୍ ଜେନେରାଲ୍ ମିଟିଂରେ ଘୋଷଣା କରାଯାଇଛି ଯେ ଜିଓ ପ୍ଲାଟଫର୍ମରେ ୩୩,୭୩୭ କୋଟି ଟଙ୍କା ନିବେଶ କରିବ ଗୁଗୁଲ୍ ।

ଜିଓ ପ୍ଲାଟଫର୍ମର ମୋଟ୍ ଇକ୍ୱିଟି ମୂଲ୍ୟ ୪.୩୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଗୁଗୁଲ ପକ୍ଷରୁ ଗୁଗୁଲର ୩୩,୭୩୭ କୋଟି ଟଙ୍କା ପୁଞ୍ଜିନିବେଶ କରାଯାଇଛି । ଏଥିସହିତ ଏହି ନିବେଶ ଜିଓ ପ୍ଲାଟଫର୍ମରେ ପୂଣବର୍ଣ ବିଘଟିତ ହେଉଥିବା ୭.୭୩ ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ ।

ଗୁଗୁଲ୍ ଜିଓ ପ୍ଲାଟଫର୍ମରେ ଫେସବୁକ୍‌, ସିଲଭର ଲେକ୍‌, କେକେଆର, ଟିପିଜି, ଇଣ୍ଟେଲ ଏବଂ କ୍ୱାଲକୁମନ ଭଲି ପାର୍ଟନର ଭାବେ ଯୋଡି ହୋଇଛି ।ଏଯାବତ୍ ଜିଓ ପ୍ଲାଟଫର୍ମରେ ପ୍ରାୟ ୧୪ କମ୍ପାନୀ ନିବେଶ କରିଛନ୍ତି ।

ତେବେ ଏହି ନିବେଶ ସହିତ ଜିଓ ପ୍ଲାଟଫର୍ମରେ ମୋଟ୍ ନିବେଶ ଅର୍ଥ ରାଶି ୧.୫୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଏଥିସହିତ ଜିଓ ଓ ଗୁଗୁଲ୍ ମିଶିକରି ଆଣ୍ଡ୍ରୋଏଡ୍ ବେସଡ୍ ସ୍ମାର୍ଟଫୋନ୍ ଲାଗି ଅପରେଟିଂ ସିଷ୍ଟମ୍ ପ୍ରସ୍ତୁତ କରିବେ।

ଭାରତକୁ ୨ଜି ମୁକ୍ତ କରିବା ସହ ସମସ୍ତଙ୍କ ପାଖରେ ୪ଜି ସ୍ମାର୍ଟଫୋନ୍ ପହଞ୍ଚାଇବୁ ବୋଲି କହିଛନ୍ତି ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ । ଏଥିସହିତ ଆସନ୍ତା ବର୍ଷ ସୁଦ୍ଧା ଭାରତରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ୫ଜି ପ୍ରଯୁକ୍ତି ବିଦ୍ୟା ଆରମ୍ଭ ହେବ । ଏନେଇ ଖୁବଶୀଘ୍ର ଟ୍ରାଲ ଆରମ୍ଭ ହେବ ଏବଂ ଆସନ୍ତା ବର୍ଷ ଠାରୁ ଏହା ବଜାରରେ ପ୍ରବେଶ କରିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published.