ପରଲୋକରେ ପାରିକର୍‌

0
715

ଗତ ଏକ ବର୍ଷ ଧରି ପାନ୍‌କ୍ରିଆଟିକ୍ ଜନିତ ସମସ୍ୟା କାରଣରୁ ଜୀବନ ସହିତ ଲଢ଼େଇ କରି ଆସିଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା।  ଉରି ଆତଙ୍କୀ ହମ୍‌ଲା ପରେ ପ୍ରତିଶୋଧରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ପ୍ରମୁଖ ଭୂମିକା ନେଇଥିବା ପାରିକର ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ସେ ମୃତ୍ୟୁ ପର୍ଯ୍ୟନ୍ତ ଗୋଆ ମୁଖ୍ୟମନ୍ତ୍ରୀ ଥିଲେ।

ଗତବର୍ଷ ଫେବୃଆରୀ ପରଠାରୁ ପାରିକର ପାନ୍‌କ୍ରିଆଟିକ୍‌ ଜନିତ କର୍କଟ ରୋଗରେ ପୀଡ଼ିତ ଥିଲେ। କିନ୍ତୁ ଯୋଗ୍ୟ ବିକଳ୍ପ କେହି ନଥିବାରୁ ସେ ମୃତ୍ୟୁ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିନଥିଲେ। ପୂର୍ବରୁ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେଉଥିବା ନେଇ ସୂଚନା ଦିଆଯାଇଥିଲା। ଡାକ୍ତରମାନେ ଯଥାସାଧ୍ୟ ଚେଷ୍ଟା ଚଲାଇଥିବା ବିଷୟରେ ଗୋଆ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିଚାଳିତ ଟ୍ୱିଟର ହ୍ୟାଣ୍ଡଲର ଟ୍ୱିଟ୍ କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ବିୟୋଗରେ ଗୋଆରେ ରାଜନୈତିକ ଅସ୍ଥିରତା

ପାରିକରଙ୍କର ବିୟୋଗରେ ବିଜେପିରେ ଶୋକର ଛାୟା ଖେଳିଯାଇଛି। ଏଥିସହ ଗୋଆରେ ବିଜେପି ସରକାରଙ୍କ ସ୍ଥାୟୀତ୍ୱ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂପର୍କିତ ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଉଲ୍ଲେଖଯୋଗ୍ୟ, ପାରିକର୍‌ ଗୋଆର ମୁଖ୍ୟମନ୍ତ୍ରୀ ଅସନ ଅଳଙ୍କୃତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ରହି ନିଜ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇ ଥିଲେ।

LEAVE A REPLY

Please enter your comment!
Please enter your name here