ଗୀତା ଜ୍ଞାନ: ସନ୍ନାସ କ’ଣ? କେଉଁ କର୍ମ ତ୍ୟାଗ ଉଚିତ

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଓଁ, ତତ୍‌, ସତ୍ ଶବ୍ଦର ଅର୍ଥ ବୁଝାଇବା ସହ ଶ୍ରଦ୍ଧାହୀନ ଭାବେ ଯେ କୌଣସି ଶୁଭକର୍ମ କଲେ ମଧ୍ୟ ତାହା ଇହକାଳ ଓ ପରକାଳରେ ଲାଭଦାୟକ ହୋଇନଥାଏ ବୋଲି କହିବା ପରେ ଅର୍ଜୁନ ଅଧିକ ଜିଜ୍ଞାସୁ ହୋଇ ‘ସନ୍ନାସ’ ଓ ‘ତ୍ୟାଗ’ ସମ୍ପର୍କରେ ଅଧିକ ଜାଣିବାକୁ ଚାହିଁଥିଲେ । ଏହାର ଉତ୍ତରରେ ଶ୍ରୀକୃଷ୍ଣ କହିଥିଲେ କାମ୍ୟକର୍ମସବୁକୁ ତ୍ୟାଗ କରିବା ହେଉଛି ସନ୍ନାସ ଏବଂ ସକଳ କର୍ମର ଫଳତ୍ୟାଗକୁ ‘ତ୍ୟାଗ’ ହୋଇଥାଏ ।

ଏଠାରେ କାମ୍ୟ କର୍ମ କ’ଣ?

ସ୍ତ୍ରୀ, ପୁତ୍ର ଆଦି ପ୍ରିୟବସ୍ତୁ ପ୍ରାପ୍ତି ଏବଂ ବିଭିନ୍ନ ପ୍ରତିକୂଳ ଅବସ୍ଥାରୁ ନିବୃତି ପାଇବା ପାଇଁ ମନୁଷ୍ୟମାନେ କରୁଥିôବା ଯଜ୍ଞ, ତପସ୍ୟା, ଦାନ ଆଦି କର୍ମକୁ କାମ୍ୟକର୍ମ କୁହାଯାଏ ବୋଲି କେତେକ ପଣ୍ଡିତ ବ୍ୟାଖ୍ୟା କରନ୍ତି ।
ଭଗବାନ ଅହୁରି ମଧ୍ୟ କହିଛନ୍ତି ଈଶ୍ୱରଭକ୍ତି, ଦେବପୂଜନ, ପିତା-ମାତା-ଗୁରୁ ସେବା, ଯଜ୍ଞ, ଦାନ, ତପସ୍ୟା, ବର୍ଣ୍ଣାଶ୍ରମ କର୍ମ ତଥା ଯେକୌଣସି କର୍ତ୍ତବ୍ୟରୁ ଇହଲୋକ ଓ ପରଲୋକର ସକଳ କାମନା ତ୍ୟାଗ ହିଁ ସର୍ବକର୍ମଫଳ ତ୍ୟାଗ ଅଟେ ।
ପୁଣି ତ୍ୟାଗ ତିନି ପ୍ରକାର ହୋଇଥାଏ । ସାତ୍ୱିକ, ରାଜସ ଓ ତାମସ । ତେବେ, ଯଜ୍ଞ, ଦାନ ଓ ତପ ଆଦି କର୍ମ ଗୁଡ଼ିକ ବୁଦ୍ଧିମାନ କର୍ମ । ଯେ ଆସକ୍ତି ଓ ଫଳ ଆକାଂକ୍ଷା ତ୍ୟାଗ କରି ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ବା ଇଶ୍ୱରଙ୍କ ଉଦ୍ଦେଶ୍ୟରେ କର୍ମ କରନ୍ତି ତାଙ୍କୁ ବୁଦ୍ଧିମାନ କୁହାଯାଏ । ଏହି ବ୍ୟକ୍ତିମାନେ ଜଗତ କଲୃାଣ ଉଦ୍ଦେଶ୍ୟରେ କର୍ମ କରୁଥିବାରୁ ସେହି କର୍ମ ସବୁକୁ ତ୍ୟାଗ କରିବା ଅନୁଚିତ ବୋଲି ଭଗବାନ କହିଛନ୍ତି । ତେଣୁ ଆସକ୍ତି ଓ ଫଳପ୍ରାପ୍ତିର ଆଶା ତ୍ୟାଗ କରି ଯଜ୍ଞ, ଦାନ ଓ ତପ ଆଦି ମହତ୍ କର୍ମ କରିବା ଆବଶ୍ୟକ ।
ସେହିପରି ନିୟତ କର୍ମ(ନିତ୍ୟ କର୍ମ ଭଳି ଜୀବନ ଧାରଣ ପାଇଁ କରାଯାଉଥିôବା ଅତ୍ୟାବଶ୍ୟକ କର୍ମ)କୁ ତ୍ୟାଗ କରିବା ଅନୁଚିତ । ଅନ୍ୟପକ୍ଷରେ ମୋହ ବଶତଃ ବା ସାଂସାରିକ ଫଳ ପ୍ରାପ୍ତି ଆଶାରେ ତ୍ୟାଗ କରାଯାଉଥିବା ନିୟତ କର୍ମକୁ ‘ତାମସ ତ୍ୟାଗ’ ବୋଲି ଭଗବାନ କହିଛନ୍ତି ।

କେଉଁ କର୍ମକୁ ତ୍ୟାଗ କରାଯିବା ଉଚିତ?

ଅନ୍ୟପକ୍ଷରେ କର୍ମମାତ୍ରକେ ଦୋଷଯୁକ୍ତ ହୋଇଥିôବାରୁ ତହାକୁ ତ୍ୟାଗ କରିବା ଉଚିତ ବୋଲି କେତେକ ପଣ୍ଡିତ କହୁଥିବା ବେଳେ ଯଜ୍ଞ, ଦାନ ଓ ତପ ଆଦି ଶୁଭକର୍ମଗୁଡ଼ିକୁ ତ୍ୟାଗ କରିବା ଉଚିତ ନୁହେଁ ବୋଲି ଅନ୍ୟକେତେକ ବିଦ୍ୱାନମାନେ ମତ ଦେଉଥିବା ଭଗବାନ କହିଛନ୍ତି ।
ସେହିପରି ସକଳ ସାଂସାରିକ କର୍ମକୁ ଦୁଃଖ ଦାୟକ ଭାବେ ବିବେଚନା କରାଯାଇ ବା ଶାରୀରିକ କେଲଶ ଭୟରେ ତ୍ୟାଗ କରାଯାଉଥିôବା ସାଂସାରିକ କର୍ତବ୍ୟକର୍ମକୁ ‘ରାଜସ ତ୍ୟାଗ’ କୁହାଯାଏ ବୋଲି ମଧ୍ୟ ଗଭବାନ ଶ୍ରୀକୃଷ୍ଣ କହିବା ସହ ‘ରାଜସ ତ୍ୟାଗ’ କରିବା ଦ୍ୱାରା ମନୁଷ୍ୟକୁ କୌଣସି ଉତମ ଫଳ ମିଳେ ନାହିଁ ବୋଲି ମଧ୍ୟ ଭଗବାନ ଶ୍ରୀକୃଷ୍ଣ ମତ ଦେଇଛନ୍ତି । ସେହିପରି ଅସକ୍ତି ଓ ଫଳ ପ୍ରାପ୍ତିର ମୋହ ତ୍ୟାଗ କରାଯାଇ କରାଯାଉଥିବା ଶସ୍ତ୍ରବିହିତ କର୍ମକୁ ‘ସାତ୍ୱିକ ତ୍ୟାଗ’ କୁହାଯାଉଥିବା ଭଗବାନ କହିଛନ୍ତି ।
“ନଦ୍ୱେଷ୍ଟ୍ୟକୁଶଳଂ କର୍ମ କୁଶଳେ ନାନୁଷଜ୍ଜତେ ।
ତ୍ୟାଗୀ ସତ୍ୱସମାବିଷ୍ଟୋ ମେଧାବୀ ଛିନ୍ନସଂଶୟଃ । ।”
ଅର୍ଥାତ୍ ଯେଉଁ ମନୁଷ୍ୟ କୁଶଳ କର୍ମରେ ଆସକ୍ତି ହୁଅନ୍ତି ନାହିଁ କି ଅକୁଶଳ କର୍ମରେ ଦ୍ୱେଷ କରନ୍ତି ନାହିଁ ସେମାନଙ୍କୁ ଶୁଦ୍ଧସତ୍ୱଗୁଣଯୁକ୍ତ, ସଂଶୟରହିତ ଓ ବୁଦ୍ଧିମାନ୍ ପୁରୁଷ ଭାବେ ବିବେଚନା କରାଯାଏ ଏବଂ ସେମାନେ ପ୍ରକୃତ ‘ତ୍ୟାଗୀ’ ଅଟନ୍ତି । ଶରୀରଧାରଣ କରୁଥିବା ମନୁଷ୍ୟମାନେ ସମ୍ପୂର୍ଣ୍ଣରୂପେ ସକଳ କର୍ମ ତ୍ୟାଗ କରିବା ସମ୍ଭବ ନୁହେଁ । ତେଣୁ କର୍ମଫଳ ପ୍ରତି ଆସକ୍ତି ତ୍ୟାଗ ତ୍ୟାଗ କରିଥିବା ମନୁଷ୍ୟଙ୍କୁ ହିଁ ‘ତ୍ୟାଗୀ’ କୁହାଯାଏ । କର୍ମଫଳ ତ୍ୟାଗ କରିନଥିବା ମନୁଷ୍ୟମାନେ ମୃତ୍ୟୁ ପରେ ଭଲ, ମନ୍ଦ ଓ ମିଶ୍ରିତ ଫଳ ଭୋଗ କରୁଥିବା ବେଳେ କର୍ମଫଳ ପ୍ରତି ଆସକ୍ତି ତ୍ୟାଗ କରିଥିବା ମନୁଷ୍ୟମାନେ କୌଣସି କାଳରେ ବି କର୍ମଫଳ ଭୋଗ କରୁନଥିବା ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ।

Leave a Reply