ଗୀତା ମାହାତ୍ମ୍ୟ ୫: ସମତ୍ଵ ହୋଉଛି ଇଶ୍ୱର ପ୍ରାପ୍ତିର ମାର୍ଗ

1
75

ସୁଖ-ଦୁଃଖ, ଲାଭ-କ୍ଷତି, ଜୟ-ପରାଜୟକୁ ସମାନ ଭାବେ ଗ୍ରହଣ କରିବା ସହ ସକାମ କର୍ମ (ଯେଉଁ କାମ ବିଶେଷ ଫଳ ପାଇବା ଉଦ୍ଦେଶ୍ୟରେ କରାଯାଇଥାଏ) ନକରିବାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ପରାମର୍ଶ ଦେଇ ଯୁଦ୍ଧ ପାଇଁ ପ୍ରବର୍ତ୍ତାଇଛନ୍ତି । କିନ୍ତୁ ଏହି ପ୍ରବର୍ତ୍ତାଇବା ସଫଳ ନ ହେବାରୁ ପୁନର୍ବାର ପରାମର୍ଶ ଦେବାକୁ ଆରମ୍ଭ କରିଥିଲେ ଓ କହିଥିଲେ, “ସମତ୍ୱ ରୂପକ ବୁଦ୍ଧିଯୋଗ ଅପେକ୍ଷା ସକାମ କର୍ମ ଅତ୍ୟନ୍ତ ନମ୍ନମାନର” । ତେଣୁ ହେ, ଧନଞ୍ଜୟ, ନିଜର ସମତ୍ୱ (କର୍ମଫଳ ଉପରେ ସମଭାବ) ରକ୍ଷାକରି କର୍ମ କରିବାର ନିଷ୍ପତ୍ତି ନିଅ । ଯେଉଁମାନେ କର୍ମ ଫଳ ଉପରେ ଆଶା ରଖନ୍ତି ସେହି ଲୋକମାନେ ଅତ୍ୟନ୍ତ ଦୀନ । ସମବୁଦ୍ଧିଯୁକ୍ତ ପୁରୁଷ ପୂଣ୍ୟ ଓ ପାପକୁ ଇହଲୋକରେ ତ୍ୟାଗ କରିଦିଅନ୍ତି । ଅର୍ଥାତ ସମବୁଦ୍ଧିଯୁକ୍ତ ମନୁଷ୍ୟ କର୍ମବନ୍ଧନରୁ ମୁକ୍ତି ପାଇ ପାରିବେ । ସମବୁଦ୍ଧିଯୁକ୍ତ ଶ୍ରେଣୀର ବ୍ୟକ୍ତିମାନେ କର୍ମ ଦ୍ୱାରା ଉତ୍ପନ୍ନ ହେଉଥିବା ଫଳକୁ ତ୍ୟାଗ କରି ଜନ୍ମ ବନ୍ଧନରୁ ମୁକ୍ତ ହୋଇ ପରମପାଦ ପ୍ରାପ୍ତ ହୁଅନ୍ତି ।

ହେ ପାର୍ଥ, ତୁମେ ମୋହ ତ୍ୟାଗ କରିପାରିଲେ ଇହଲୋକ ଓ ପରଲୋକରେ ପ୍ରାପ୍ତ ହେଉଥିବା ସମସ୍ତ ପ୍ରକାର ଭୋଗ ପ୍ରତି ବୈରାଗ୍ୟ ଆସିଥାଏ । ବିଭିନ୍ନ ପ୍ରକାର କଥା ଶୁଣି ବିଚଳିତ ହେଉଥିବା ମନୁଷ୍ୟର ବୁଦ୍ଧି ଯେତେବେଳେ ପରମାତ୍ମାଙ୍କ ଠାରେ ଅଚଳ ଓ ସ୍ଥିର ହୋଇଯିବ ସେତେବେଳେ ପରମାତ୍ମାଙ୍କ ଠାରେ ମନୁଷ୍ୟର ନିତ୍ୟ ସଂଯୋଗ ହୋଇଯାଏ । ଅର୍ଥାତ କର୍ମଫଳକୁ ଆଶା ନରଖି ନିସ୍କାମ କର୍ମ କରିଚାଲିଲେ ଇଶ୍ୱର ପ୍ରାପ୍ତି ହୋଇଥାଏ ।

ଭଗବାନଙ୍କର ଏହି ଉପଦେଶ ଶୁଣିବା ପରେ ଅର୍ଜୁନ ଅଧିକ ଜିଜ୍ଞାସୁ ହୋଇ ପରମାତ୍ମାପ୍ରାପ୍ତ ହୋଇଥିôବା ସ୍ଥିର ବୁଦ୍ଧିଯୁକ୍ତ ପୁରୁଷଙ୍କ ଲକ୍ଷଣ କ’ଣ ବୋଲି ଅର୍ଜୁନ ଭଗବାନଙ୍କୁ ପଚାରିଥିଲେ । ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଦେଇ ଭଗବାନ କହିଲେ ଯେତେବେଳେ କୌଣସି ବ୍ୟକ୍ତିର ମନରେ ଥିôବା ସମସ୍ତ କାମନା ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯାଏ ଓ ଆତ୍ମ ସନ୍ତୁଷ୍ଟି ହୋଇଯାଏ ସେତେବେଳେ ସେ ସ୍ଥିତପ୍ରଜ୍ଞ ହୋଇଯାଏ । ଅର୍ଥାତ କାମନାର ବିନାଶରେ ହିଁ ଦୁଃଖର ବିନାଶ ହୋଇଥାଏ ବୋଲି ଭଗବାନ ଅର୍ଜୁନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ।

ଯୋଗସ୍ଥ କୁରୁ କର୍ମାଣୀ ସଙ୍ଗଂ ତ୍ୟୋତ୍ୱା ଧନଞ୍ଜୟ ।
ସିଦ୍ଧ୍ୟସଦେ୍ଧ୍ୟା ସମୋଭୂତ୍ତ୍ୱା ସମତ୍ୱଂ ଯୋଗ ଉଚ୍ୟତେ । ।

ସେହିପରି ଯାହାଙ୍କ ମନରେ ଉଦ୍ୱେଗ ଜାତ ହୁଏନାହିଁ, ସୁଖ ସମୟରେ ନିଃସ୍ପୃହ ରୁହନ୍ତି, କ୍ରୋଧ, ଭୟ ଠାରୁ ଯେ ଦୂରରେ ରହିପାରନ୍ତି, ସେମାନଙ୍କ ବୁଦ୍ଧି ସ୍ଥିର ହୋଇଯାଏ । ଅନ୍ୟ ଅର୍ଥରେ କହିଲେ ଯେଉଁ ବ୍ୟକ୍ତି ଶୁଭ ବସ୍ତୁ ପାଇଲେ ପ୍ରସନ୍ନ ହୁଅନ୍ତି ନାହିଁ କି ଅଶୁଭ ବସ୍ତୁରେ ଦ୍ୱେଷ କରନ୍ତି ନାହିଁ ତାଙ୍କ ବୁଦ୍ଧି ସ୍ଥିର ବୋଲି ମଧ୍ୟ କୁହାଯାଏ ବୋଲି ଭଗବାନ ଅର୍ଜୁନଙ୍କୁ ବୁଝାଇଥିଲେ ।

ଗୀତା ମହାତ୍ମ୍ୟ-୪: ଯୁଦ୍ଧଭୂମିରେ ଜୟ-ପରାଜୟ, ଲାଭ-କ୍ଷତି ଓ ସୁଖ-ଦୁଃଖକୁ ସବୁ ସମାନ

ଗୀତା ମାହାତ୍ମ୍ୟ-୩: ଆତ୍ମା ଅବିନାଶୀ, ଅପ୍ରମେୟ, ନିତ୍ୟସ୍ୱରୂପ

ଗୀତା ମାହାତ୍ମ୍ୟ-୨: ଯୁଦ୍ଧଭୂମିରେ ଅର୍ଜୁନଙ୍କ ବିଷାଦ ଓ ଭଗବାନ କୃଷ୍ଣଙ୍କ ଉପଦେଶ