Advertisements

ଗୀତା ମାହାତ୍ମ୍ୟ-୨୭: ବିଭୁତି ଯୋଗ ଓ ଭଗବାନଙ୍କ ଦିବ୍ୟ ବିଭୁତିର ବର୍ଣ୍ଣନା

ମୁଁ ସମସ୍ତ ଜଗତର ଉତ୍ପତ୍ତିର କାରଣ ବୋଲି ବୁଝିପାରିଥିବା ଭକ୍ତମାନେ ମୋତେ ନିରନ୍ତର ଜପ କରନ୍ତି ଓ ଯେଉଁମାନେ ନିରନ୍ତର ଭାବେ ମୋ ଧ୍ୟାନରେ ରହିଥାଆନ୍ତି ତାଙ୍କୁ ମୁଁ ତତ୍ୱଜ୍ଞାନ ପ୍ରଦାନ କରେ ଏବଂ ସେମାନେ ମୋତ ପାଇପାରନ୍ତି ବୋଲି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ବୁଝାଇବା ପରେ ବି ଅର୍ଜୁନଙ୍କ ସଂଶୟ ଓ ବିଷାଦ ଦୂର ନହେବାରୁ ଅର୍ଜୁନ ଅଧିକ ଜିଜ୍ଞାଷୁ ହୋଇ କହିଥିଲେ, ‘ଦେବର୍ଷି ନାରଦ, ଋଷି ଅସିତ, ଦେବଳ ଋଷି ଓ ମହର୍ଷି ବ୍ୟାସଙ୍କ ସମେତ ଅନ୍ୟ ଋଷିମାନେ ଆପଣ ପରମବ୍ରହ୍ମ, ଆପଣ ପରମ ଧାମ, ପରମ ପବିତ୍ର ବୋଲି କହୁଛନ୍ତି ଏବଂ ଆପଣ ମୋତେ ଯାହା କହୁଛନ୍ତି ସେସବୁକୁ ମୁଁ ସତ୍ୟ ବୋଲି ମାନୁଛି ଓ ଆପଣଙ୍କ ଲୀଳାକୁ ଦେବତାଙ୍କ ଠାରୁ ଦାନବଙ୍କ ପର୍ଯ୍ୟନ୍ତ କେହି ଜାଣିପାରି ନାହାଁନ୍ତି । ଆପଣ ପ୍ରାଣୀମାନଙ୍କ ସୃଷ୍ଟିକର୍ତା ଓ ଇଶ୍ୱର ହୋଇଥିବାରୁ ଆପଣ ନିଜେ ନିଜକୁ ଜାଣନ୍ତି ।

ହେ ଭଗବାନ! ଯେଉଁ ବିଭୁତିଗୁଡ଼ିକ ଦ୍ୱାରା ଆପଣ ସର୍ବବ୍ୟାପକ ହୋଇ ରହିଛନ୍ତି ସେ ସମ୍ପର୍କରେ ଆପଣ ହିଁ କେବଳ କହିପାରିବେ । ତେଣୁ ମୁଁ କିପରି ନିରନ୍ତର ଚିନ୍ତନ କରି ଆପଣଙ୍କୁ ଜାଣିପାରିବି ଓ କେଉଁ କେଉଁ ରୂପରେ ଆପଣ ମୋ ଦ୍ୱାରା ଚିନ୍ତନ କରିବାର ଯୋଗ୍ୟ ସେ ସମ୍ପର୍କରେ କୁହନ୍ତୁ ।’
ଏଥିସହ ଅର୍ଜୁନ ଆହୁରି ମଧ୍ୟ ପଚାରିଛନ୍ତି ଯେ, ‘ଆପଣଙ୍କ ଅମୃତମୟ ବଚନ ଯେତେ ଶୁଣିଲେ ବି ମୁଁ ତୃପ୍ତ ହୋଇ ପାରୁନଥିôବାରୁ ଆପଣଙ୍କ କଥା ଶୁଣିବାକୁ ମୋର ଉକ୍ରଣ୍ଠା ବଢୁଛି । ତେଣୁ ଆପଣଙ୍କ ଯୋଗଶକ୍ତି ଓ ବିଭୁତି ସମ୍ପର୍କରେ ମୋତେ ଆହୁରି ବିସ୍ତୃତ ଭାବେ କୁହନ୍ତୁ ।’
ଅର୍ଜୁଙ୍କ କଥା ଶୁଣି ଭଗବାନେ କହିଲେ, ‘ ମୋ ବିସ୍ତାରର ଅନ୍ତ ନାହିଁ । ମୋର ଯେଉଁ ସବୁ ଦିବ୍ୟ ବିଭୁତି ତାହା ମଧ୍ୟରୁ ତୁମକୁ ପ୍ରଧାନ ବିଭୁତିଗୁଡ଼ିକୁ କହିବି । ମୁଁ ସମସ୍ତ ଜୀବଙ୍କ ହୃଦୟରେ ବାସ କରୁଥିବା ଆତ୍ମା, ଆଦି, ମଧ୍ୟ ଓ ଅନ୍ତ । ମୁଁ ହେଉଛି ଅଦିତିଙ୍କର ଦ୍ୱାଦଶ ପୁତ୍ରଙ୍କ ମଧ୍ୟରେ ବିଷ୍ଣୁ, ଜ୍ୟୋତିଙ୍କ ମଧ୍ୟରେ କିରଣ ପ୍ରଦାନକାରୀ ସୂର୍ଯ୍ୟ , ଅଣଚାଷ ବାୟୁ ଦେବତାଙ୍କ ତେଜ ଓ ନକ୍ଷତ୍ରମାନଙ୍କ ଅଧବପତି ଚନ୍ଦ୍ରମା । ସେହିପରି ମୁଁ ବେଦମାନଙ୍କ ମଧ୍ୟରେ ସାମ୍‍ବେଦ, ଦେବତାଙ୍କ ମଧ୍ୟରେ ଇନ୍ଦ୍ର, ଇନ୍ଦ୍ରିୟଙ୍କ ମଧ୍ୟରେ ଶ୍ରେଷ୍ଠ ମନ ଓ ପ୍ରାଣୀମାନଙ୍କ ଚେତନା ବା ଜୀବନୀ ଶକ୍ତି । ମୁଁ ହେଉଛି ଏକାଦଶ ରୁୁଦ୍ରଙ୍କ ମଧ୍ୟରେ ଶଙ୍କର, ଯକ୍ଷ ଓ ରାକ୍ଷସଙ୍କ ମଧ୍ୟରେ ଧନପତି କୁବେର, ଅଷ୍ଟବସୁଙ୍କ ମଧ୍ୟରେ ଅଗ୍ନି, ପର୍ବତମାନଙ୍କ ମଧ୍ୟରେ ସୁମେରୁ । ମୁଁ ପୁରୋହିତମାନଙ୍କ ମଧ୍ୟରେ ମୁଖ୍ୟ ବୃହଷ୍ପତି, ସେନାପତିଙ୍କ ମଧ୍ୟରେ ସ୍କନ୍ଧ ଓ ଜଳାଶୟଙ୍କ ମଧ୍ୟରେ ସାଗର।’

ମହର୍ଷିଣାଂ ଭୃଗୁରହଂ ଗିରାମସ୍ମ୍ୟେକମକ୍ଷରମ୍ ।
ଯଜ୍ଞାନାଂ ଜପୋଜ୍ଞସ୍ମି ସ୍ଥାବରାଣାଂ ହିମାଳୟଃ । ।

ଅର୍ଥାତ୍ ମୁଁ ମହର୍ଷିମାନଙ୍କ ମଧ୍ୟରେ ଭୃଗୁ, ଶବ୍ଦମାନଙ୍କ ମଧ୍ୟରେ ଏକାକ୍ଷର ଓଁ, ଯଜ୍ଞମାନଙ୍କ ମଧ୍ୟରେ ଜପଯଜ୍ଞ ଓ ସ୍ଥାବରମାନଙ୍କ ମଧ୍ୟରେ ହିମାଳୟ ପର୍ବତ ଅଟେ ।’

ଗୀତା ମାହାତ୍ମ୍ୟ-୨୬: କର୍ମ-ଅପକର୍ମ; ଭୟ-ଅଭୟର ଉତ୍ପତ୍ତି

ଗୀତା ମାହାତ୍ମ୍ୟ- ୨୫: ବିଷ୍ଣୁ ଶରଣାଗତଙ୍କ ପୂନର୍ଜନ୍ମ ନଥାଏ

Advertisements

Leave a Reply