ଗୀତା ମାହାତ୍ମ୍ୟ-୧୪: ସ୍ୱଭାବ ଅନୁଯାୟୀ କର୍ମ ଓ ଈଶ୍ୱରଙ୍କଠାରେ ମନ ସମସ୍ତ ବିଷାଦରୁ ମୁକ୍ତି ଦିଏ

ଅର୍ଜୁନଙ୍କ ବିଶାଦ ଦୂର ପାଇଁ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜ୍ଞାନଯୋଗ ସମ୍ପର୍କରେ ସବିଶେଷ ଜ୍ଞାନ ଦେବା ପରେ ବି ଅର୍ଜୁନଙ୍କ ବିଶାଦ ଦୂର ନହେବାରୁ କର୍ମସନ୍ୟାସଯୋଗ ବିଷୟରେ କହିଥିଲେ । ଈଶ୍ୱରଙ୍କ ବିଷୟରେ ଜ୍ଞାନ ଆହରଣ କରିବା ସହ ସମସ୍ତ କର୍ମକୁ ଇଶ୍ୱରଙ୍କୁ ଅର୍ପଣ କରିବା ଦ୍ୱାରା ପାପ ଓ କର୍ମବନ୍ଧନରୁ ମୁକ୍ତି ମିଳିଥାଏ ବୋଲି ଭଗବାନ କହିବାରୁ ଅର୍ଜୁନ କହିଲେ ‘ହେ କୃଷ୍ଣ! ଅପଣ ଗୋଟିଏ ପଟେ କର୍ମଠୁ ସନ୍ୟାସକୁ ପ୍ରଶଂସା କରୁଥିବା ବେଳେ ପୁଣି କର୍ମଯୋଗର ମଧ୍ୟ ପ୍ରଶଂସା କରୁଛନ୍ତି । ଏହି ଦୁଇଟି ମଧ୍ୟରୁ କେଉଁଟି ମୋ ପାଇଁ କଲ୍ୟାଣକର ତାହା ବୁଝାଇ କୁହନ୍ତୁ ।’

ଅର୍ଜୁନଙ୍କ ପ୍ରଶ୍ନ ଶୁଣି ଭଗବାନ କହିଥିଲେ, ‘କର୍ମସନ୍ୟାସଯୋଗ ଓ କର୍ମଯୋଗ ଉଭୟ ପରମ କଲ୍ୟାଣକର । କିନ୍ତୁ ଏହି ଦୁଇଟି ମଧ୍ୟରୁ କର୍ମଯୋଗ ଶ୍ରେଷ୍ଠ ଏବଂ ସାଧନା ପାଇଁ ପଥ ସୁଗମ କରିଥାଏ । ଯେଉଁ ପୁରୁଷ କାହାଠାରେ ଦ୍ୱେଷ ରଖନ୍ତି ନାହିଁ, କିଛି ଆକାଂକ୍ଷା ନରଖି କର୍ମ କରନ୍ତି ସେହି କର୍ମଯୋଗୀମାନେ ନିତ୍ୟସନ୍ୟାସୀ ବୋଲି ଆଖ୍ୟା ପାଇବା ଯୋଗ୍ୟ । ଜ୍ଞାନଯୋଗୀଙ୍କ ଦ୍ୱାରା ଯେଉଁ ପରମଧାମ ପ୍ରାପ୍ତ ହୋଇଥାଏ କର୍ମଯୋଗୀଙ୍କ ଦ୍ୱାରା ମଧ୍ୟ ସେହି ପରମଧାମ ପ୍ରାପ୍ତ ହୋଇଥାଏ । କର୍ମଯୋଗ ବିନା ସନ୍ୟାସଯୋଗ ଅର୍ଥାତ ମନ, ଇନ୍ଦ୍ରିୟ ଓ ଶରୀରଦ୍ୱାରା ହେଉଥିବା ସକଳ କର୍ମର କର୍ତ୍ତାପଣ ତ୍ୟାଗ କରିବା କଠିନ ହୋଇଥିବା ବେଳେ ଈଶ୍ୱରଙ୍କୁ ସଦା ସର୍ବଦା ଚିନ୍ତା କର୍ମକରୁଥିବା କର୍ମଯୋଗୀମାନେ ପରବ୍ରହ୍ମ ପରମାତ୍ମାଙ୍କୁ ଶୀଘ୍ର ପ୍ରାପ୍ତ ହୋଇଥାନ୍ତି ।

ଯାହାଙ୍କ ମନ ନିଜ ବଶରେ ଥାଏ, ଯେ ସମସ୍ତ ଇନ୍ଦ୍ରିୟକୁ ଜୟ କରିପାରିଛନ୍ତି ଓ ଯାହାଙ୍କ ମନ ଓ ଆତ୍ମା ବିଶୁଦ୍ଧ ଏବଂ ଯିଏ ସକଳ ପ୍ରାଣୀଙ୍କ ଆତ୍ମାକୁ ପରମାତ୍ମା ଭାବେ ବିବେଚନା କରି କର୍ମ କରନ୍ତି ସେହି କର୍ମଯୋଗୀମାନେ କର୍ମକରୁଥିଲେ ମଧ୍ୟ କର୍ମରେ ଲିପ୍ତ ରୁହନ୍ତି ନାହିଁ । ସେହିପରି ସଂଖ୍ୟଯୋଗୀ ନିଜ ଆଖିରେ ସବୁ ଦେଖୁଥାଏ, କାନରେ ଶୁଣୁଥାଏ, ସବୁକିଛିକୁ ସ୍ପର୍ଶ କରୁଥାଏ, ଭୋଜନ ଗ୍ରହଣ କରୁଥାଏ, ଚାଲବୁଲ କରୁଥାଏ, ଶୋଉଥାଏ, ଶ୍ୱାସକ୍ରିୟା କରୁଥାଏ, କଥାକହୁଥାଏ, ତ୍ୟାଗ କରୁଥାଏ, ଗ୍ରହଣ କରୁଥାଏ, ଆଖି ଖୋଲୁଥାଏ, ଆଖି ବନ୍ଦ କରୁଥାଏ; ହେଲେ ଇନ୍ଦ୍ରିୟମାନେ ନିଜ ନିଜ ନିୟନ୍ତ୍ରଣରେ ସବୁକିଛି କରୁଛନ୍ତି ବୋଲି ସେମାନେ ଭାବନ୍ତି । ଯେପରି ପଦ୍ମ ପତ୍ର ପାଣିରେ ରହିଲେ ମଧ୍ୟ ତା’ଠାରେ ପାଣି ଲାଗେ ନାହିଁ ଠିକ ସେହିପରି ଯେଉଁ ପୁରୁଷ ସକଳ କର୍ମ ପରମାତ୍ମାଙ୍କ ଠାରେ ଅର୍ପଣ କରିଦେଇ ଓ ଆସକ୍ତି ତ୍ୟାଗ କରି କର୍ମକରନ୍ତି ସେମାନେ ପାପରେ ଲିପ୍ତ ହୁଅନ୍ତି ନାହିଁ ।

କର୍ମଯୋଗୀମାନେ ସମତ୍ୱବୁଦ୍ଧି ରହିତ ହୋଇଥିବା ଇନ୍ଦ୍ରିୟ, ମନ, ବୁଦ୍ଧି, ଓ ଶରୀର ଦ୍ୱାରା ଆସକ୍ତି ତ୍ୟାଗ କରି ଅନ୍ତଃକରଣ ଶୁଦ୍ଧିନିମନ୍ତେ କର୍ମ କରିବା ସହ କର୍ମର୍ଫଳରେ ଆଶା ନକରି ଭଗବତପ୍ରାପ୍ତିରୂପକ ଶାନ୍ତି ଲାଭ କରନ୍ତି । ହେଲେ ସକାମ ପୁରୁଷମାନେ କାମନାର ପ୍ରେରଣାରେ କର୍ମଫଳପ୍ରାପ୍ତିର ଆଶା ରଖି କର୍ମବନ୍ଧନରେ ପଡ଼ନ୍ତି । ସାଂଖ୍ୟଯୋଗୀମାନେ କିଛି ନକରି ଓ ନକରାଇ ନବଦ୍ୱାର ବିଶିଷ୍ଟ ଶରୀର ଉପରେ ମନଦ୍ୱାରା ସକଳ କର୍ମ ଛାଡ଼ି ଦେଇ ପରମାତ୍ମାଙ୍କ ସ୍ୱରୂପରେ ଆନନ୍ଦପୂର୍ବକ ଅବସ୍ଥାନ କରନ୍ତି ।

ଈଶ୍ୱର ମନୁଷ୍ୟର କର୍ତ୍ତାପଣ, କର୍ମ କିମ୍ବା କର୍ମଫଳର ସଂଯୋଗ ରଚନା କରନ୍ତି ନାହିଁ । ମନୁଷ୍ୟର ସ୍ୱଭାବ ବା ପ୍ରକୃତି ହିଁ ସବୁକିଛି କରେ । ଅର୍ଥାତ ମନୁଷ୍ୟ ନିଜ ପ୍ରକୃତି ଓ ସ୍ୱାଭାବର ବଶବର୍ତୀ ହୋଇ ନିଜ କର୍ମ ନିର୍ଦ୍ଧାରଣ କରି କର୍ମକରେ ଓ କର୍ମର ଫଳ ଭୋଗ କରିଥାଏ । ତେଣୁ ଈଶ୍ୱର କାହାର ପାପକର୍ମ କି କାହାର ପୂଣ୍ୟକର୍ମ ଗ୍ରହଣ କରନ୍ତି ନାହିଁ କି କର୍ମଫଳ ପ୍ରଦାନ କରନ୍ତି ନାହିଁ । ମନୁଷ୍ୟକୁ ନିଜ କର୍ମର ଫଳ ଭୋଗ କରିବାକୁ ପଡ଼େ । ହେଲେ ଅଜ୍ଞାନ ମନୁଷ୍ୟମାନେ ମୋହିତ ହୋଇ ଏହି କଥାକୁ ବୁଝି ପାରନ୍ତି ନାହିଁ । ଯେଉଁମାନଙ୍କର ଅଜ୍ଞାନ ପରମାତ୍ମାଙ୍କ ତତ୍ତ୍ୱଜ୍ଞାନ ଦ୍ୱାରା ନଷ୍ଟହୋଇଯାଇଛି ସେମାନଙ୍କର ଜ୍ଞାନ ସୂର୍ଯ୍ୟସଦୃଶ ପରମାତ୍ମାଙ୍କୁ ପ୍ରକାଶିତ କରିଥାଏ ।’

ଗୀତା ମାହାତ୍ମ୍ୟ-୧୩: ଜ୍ଞାନ ଆହରଣ ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ

୧୨: ଈଶ୍ୱରଙ୍କ ସମ୍ବନ୍ଧରେ ଜ୍ଞାନ ଆହରଣ ଏବଂ ସମର୍ପଣ ହିଁ ଶ୍ରେଷ୍ଠ ଯଜ୍ଞ

Leave a Reply

Your email address will not be published.