ଚିନ୍ତା ବଢ଼ାଇଲା ଗାଜିଆବାଦ ସଂକେତ !

  •  ୩୧ମେ ପର୍ଯ୍ୟନ୍ତ ଗାଜିଆବାଦରେ ଲକ୍‌ଡାଉନ୍ ନିର୍ଦ୍ଦେଶାବଳୀ ପ୍ରଯୁଜ୍ୟ ହେବ  
  • ଜିଲ୍ଲା ମାଜିଷ୍ଟ୍ରେଟ ଅଜୟ ଶଙ୍କର ପାଣ୍ଡେ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାରେ ଧାରା ୧୪୪ ପ୍ରଯୁଜ୍ୟ ହେବ
  • ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ପାଇଁ ଜରିମାନା କରାଯିବ  

ରୋନା ନେଇ ଉତ୍ତରପ୍ରଦେଶର ମହତ୍ତ୍ୱପୂର୍ଣ୍ଣ ଗାଜିଆବାଦ ଜିଲ୍ଲା ପକ୍ଷରୁ ଆଜି ଯେଉଁ ସଂକେତ ମିଳିଛି ତାହା ମଇ ୧୭ ତାରିଖ ପରେ ସାରା ଦେଶରେ ଲାଗୁ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି । କାରଣ ଏବେ ଦେଶରେ ମଦ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଯେପରି ଲୋକମାନେ ସାମାଜିକ ଦୂରତ୍ୱର ଅବମାନନା କରିବାରେ ଲାଗିଛନ୍ତି ସଥିରୁ କରୋନା ପ୍ରକୋପ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି ।

ଆମ ରାଜ୍ୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି । ସାରା ରାଜ୍ୟରେ ସଂଗରୋଧରେ ଥିବା ଲୋକମାନେ କେନ୍ଦ୍ର ଛାଡ଼ି ଫେରାର ହେଉଛନ୍ତି । ଯାହାଫଳରେ ଏହି ଭୂତାଣୁ ସଂକ୍ରମଣ କମିବା ନାଁ ଧରୁନାହିଁ ।

କରୋନା ସଂକ୍ରମଣର ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ଗାଜିଆବାଦରେ ଲକ୍‌ଡାଉନ୍ ନିର୍ଦ୍ଦେଶାବଳୀ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମଙ୍ଗଳବାର ଦିନ ଗାଜିଆବାଦ ଜିଲ୍ଲା ମାଜିଷ୍ଟ୍ରେଟ ଅଜୟ ଶଙ୍କର ପାଣ୍ଡେ ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି । ମେ ୪ ରୁ ଲକ୍‌ଡାଉନ୍ ୩.୦ ଦେଶବ୍ୟାପୀ ଚାଲୁଛି, ଯାହା ବର୍ତ୍ତମାନର ନିର୍ଦ୍ଦେଶ ଅନୁଯାୟୀ ମେ ୧୭ପର୍ଯ୍ୟନ୍ତ ଚାଲିବ । ଏଭଳି ପରିସ୍ଥିତିରେ ଗାଜିଆବାଦ ପ୍ରଶାସନର ଏହି ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଦେଇଛି ।

ଏହା ବୁଝାପଡୁଛି ଯେ ଏହି ନିଷ୍ପତ୍ତି ଅନ୍ୟ ଜିଲ୍ଲାମାନଙ୍କ ପାଇଁ ଏକ ଅଗ୍ରଦୂତ ହୋଇପାରେ ଏବଂ ପରବର୍ତ୍ତୀ କରୋନା ମାମଲାରେ, ଅନ୍ୟ ଜିଲ୍ଲା କିମ୍ବା ରାଜ୍ୟ ସରକାରମାନେ ଆସନ୍ତା ୧୭ ତାରିଖ ପରେ ଲକ୍‌ଡାଉନ୍‌ ଘୋଷଣା କରିପାରନ୍ତି ।

 

Leave a Reply

Your email address will not be published.