ପରଫେକ୍ଟ ଗରବା ଲୁକ୍ ପାଇଁ ଜାଣିରଖନ୍ତୁ କିଛି ବିୟୁଟି ଟିପ୍ସ

ଗରବାର ରଙ୍ଗବିରଙ୍ଗୀ ମାହୋଲରେ ଚମକଦାର୍ ଚେହେରା କାହାକୁ ବା ପସନ୍ଦ ନହେବ । ଚେହେରାରେ ଗ୍ଲାମରସ୍ ଲୁକ୍ ଦେବା ପାଇଁ ଏଥର ବିୟୁଟିସିଆନ୍ ମାନେ କିଛି ନୂଆ କରିଛନ୍ତି । ସେହି ସବୁ ନୂଆ ମେକଅପ୍ ଟ୍ରେଣ୍ଡକୁ ଫଲୋ କରି ଆପଣ ଗରବା କୁଇନ୍ ବୋଲାଇପାରିବେ । ତେବେ ଆସନ୍ତୁ ଜାଣିବା –

୧- ସାଧାରଣ ତ୍ୱଚା ହେଉ କିମ୍ବା ଶୁଷ୍କ ତ୍ୱଚା, ମେକଅପ୍ ନେବା ପୂର୍ବରୁ ଫେସିଆଲ୍ ଅଏଲ୍ ଦ୍ୱାରା ଚେହେରାକୁ ମସାଜ୍ କରନ୍ତୁ । ଯଦି ତ୍ୱଚା ତେଲିଆ ହୋଇଥାଏ, ତେବେ ମସାଜ୍ କରନ୍ତୁ ନାହିଁ । କେବଳ ଫାଉଣ୍ଡେସନ୍ ସହିତ ଫେସିଆଲ୍ ଅଏଲର ୨-୩ ବୁନ୍ଦା ମିଶାଇ ଲଗାନ୍ତୁ ।

୨- ଡ୍ରେସ୍ ସହିତ ମ୍ୟାଚିଙ୍ଗ୍ ଆଇଶାଡୋ ଜମାନା ଆଉ ନାହିଁ । ତେଣୁ ନିଜକୁ ଟ୍ରେଣ୍ଡି ଓ ଫ୍ୟାଶନ୍ ଅପଡେଟ୍ ଦେଖିବାକୁ ଚାହୁଁଥିଲେ, ହେବି ମସ୍କାରା ଓ ଫେକ୍ ଆଇ ଲେସ୍ ବ୍ୟବହାର କରନ୍ତୁ । ସିଙ୍ଗଲ୍ ଲାଇନର୍ ନକରି ୱିଙ୍ଗ୍ ଲାଇନର୍ କରନ୍ତୁ ।

୩- ଲିପଷ୍ଟକର ରଙ୍ଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଚଳିତବର୍ଷ ବିୟୁଟିସିଆନ ମାନେ ଗାଢ଼ା ଗୋଲାପି, ମେରୁନ୍, ୱାଇନ୍ କଲର୍,ଲାଲ୍ ଓ ଅରେଞ୍ଜ୍ ରଙ୍ଗର ଲିପଷ୍ଟିକକୁ ଅଧିକ ମହତ୍ୱ ଦେଇଛନ୍ତି ।

୪- ଚେହେରାକୁ ହାଇଲାଇଟ୍ କରିବା ପ୍ରଣାଳୀକୁ କଟୁରିଙ୍ଗ୍ କୁହାଯାଏ । ତେଣୁ ଚେହେରାର କେଉଁ ଅଂଶକୁ ଆପଣ ହାଇଲାଇଟ୍ କରିବାକୁ ଚାହୁଁଛନ୍ତି, ତାହା ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ନଚେତ୍ ଭୁଲ୍ ଭାବରେ କରାଯାଇଥିବା କଟୁରିଙ୍ଗ୍ ଆପଣଙ୍କୁ ଅସୁନ୍ଦର କରିଦେବ ।

୫- ଆଜିକାଲି ଟେନ୍ ଲୁକ୍ ଚାହିଦାରେ ରହିଛି । ଯଦି ଆପଣ ଗୋରା ଅଛନ୍ତି ଏବଂ ଏହି ଲୁକ୍ ଚାହୁଁଛନ୍ତି, ତେବେ ବ୍ରୋଞ୍ଚ୍ ମେକଅପ୍ କରାନ୍ତୁ ।

୬- ସ୍କୀନ୍ ଟୋନ୍ ଅନୁଯାୟୀ ଚେହେରା, ବେକ ଓ ବେକପଛର ମେକଅପ୍ ଶେଡ୍ ବ୍ୟବହାର କରନ୍ତୁ ।

Leave a Reply