ମାସ୍କ ନ ପିନ୍ଧିଲେ ଦୃଢ କାର୍ଯ୍ୟାନୁଷ୍ଠାନ- ଗଞ୍ଜାମ ଜିଲାପାଳ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗଞ୍ଜାମରେ ମାସ୍କ ପିନ୍ଧା ଉପରେ ଗୁରୁତ୍ୱ ।  ଯାତ୍ରାବେଳେ ପାସେଞ୍ଜରମାନଙ୍କ ପାଇଁ ମାସ୍କ ପିନ୍ଧା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଅଟୋ, ରିକ୍ସା କି ବସରେ ଯାତାୟତ କରୁଛନ୍ତି, ସେମାନେ ମାସ୍କ ପିନ୍ଧିବେ । ସେହିପରି ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ନେଇପାରିବେନି ଗାଡି । ଏଥିପ୍ରତି ଗାଡି ଡ୍ରାଇଭର ସଜାଗ ରହିବା ସହ କୋଭିଡ ଗାଇଡଲାଇନ ମାନିବାକୁ ବାଧ୍ୟ । ନହେଲେ କଡା କାର୍ଯ୍ୟାନୁଷ୍ଠାନ ହେବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

ସୂଚନାନୁସାରେ, ଯେଉଁଭଳି ଭାବରେ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଅନ୍‌ଲକ୍‌ 4କୁ କିଛିଟା କୋହଳ କରିଛନ୍ତି ।ଲୋକମାନେ ଜୀବନ ଜୀବିକା ସାଥ ସାଥ ଚାଲିଥିବାବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । 

Leave a Reply

Your email address will not be published.