ଗଞ୍ଜାମରେ ସାଢେ ୫ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ଗଞ୍ଜାମ ଜିଲାରେ ଅଣଆୟତ୍ତ  କରୋନା ସଂକ୍ରମଣ । ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ ଙ୍କ ସଂଖ୍ୟା । ଆଜି ଜିଲ୍ଲାରୁ ପୁଣି ୨୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ସାଢେ ୫ ହଜାର ଟପିଛି  । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫୨୭ରେ ପହଞ୍ଚିଛି ।

ତେବେ କରୋନା ସଂକ୍ରମଣରେ ବ୍ରେକ ଲାଗୁନଥିବା ବେଳେ ରାଜ୍ୟ ସରକାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ରାଉରକେଲା ମହାନଗରରେ ପୁଣି ଥରେ ଲକ୍‌ଡ଼ାଉନ୍‌ ଲାଗୁ କରିଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରେ ଏଭଳି ସଂଗୀନ୍ ପରିସ୍ଥିତିରେ କରୋନା ମହାମାରୀକୁ ବ୍ରେକ୍ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଦିନ ୧ଟାଏ ପରେ କୌଣସି ଯାନବାହାନ ଯାତାୟାତ କରିପାରିବେ ନାହିଁ ବୋଲି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

Leave a Reply

Your email address will not be published.