ଇଂରାଜୀ ନ୍ୟୁଜ୍ ପେପରରେ ସ୍ଥାନ ପାଇଲା ‘ଗ୍ୟାଙ୍ଗସ୍ ଅଫ୍ ବାସେପୁର’

0
35
advertisement

ମନୋଜ ବାଜପେୟି ଓ ନାବଜୁଦ୍ଦିନ୍ ସିଦ୍ଦିକିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ବ୍ରିଟିଶ୍ ନ୍ୟୁଜପେପର୍ ‘ଦ ଗାର୍ଡ଼ିୟନ୍’ରେ ୧୦୦ଟି ଶ୍ରେଷ୍ଠ ଫିଲ୍ମ ତାଲିକାରେ ଅନୁରାଗ କାଶ୍ୟପଙ୍କ ନିର୍ଦ୍ଦେଶିତ ‘ଗ୍ୟାଙ୍ଗସ୍ ଅଫ୍ ବୋସେପୁର୍’ ସାମିଲ୍ ହେବାର ସୌଭାଗ୍ୟ ଅର୍ଜନ କରିଛି । ଏକବିଂଶ ଶତାବ୍ଦିର ବିଶ୍ୱସ୍ତରୀୟ ଶ୍ରେଷ୍ଠ ୧୦୦ଟି ଫିଲ୍ମ ତାଲିକା ମଧ୍ୟରେ ଏହି ଫିଲ୍ମ ୫୯ତମ ସ୍ଥାନ ହାସଲ କରିଛି ।

୨୦୦୦ ମସିହା ପରଠାରୁ ରିଲିଜ୍ ହୋଇଥିବା ଫିଲ୍ମଗୁଡ଼ିକୁ ନେଇ ତାଲିକା ପ୍ରସ୍ତୁତ କରାଯାଇଥିଲା । ‘ଦ ଗାର୍ଡ଼ିୟନ୍’ର ସମୀକ୍ଷକ ପିଟର୍ ବ୍ରେଡଶ, କୈଥ୍ କ୍ଲାର୍କ, ଏଣ୍ଡ୍ରେୟୁ ପଲଭର୍ ଓ କେଥେରିନ୍ ଶାଡ୍ ଏକ ନିର୍ଣ୍ଣୟାତ୍ମକ ବୈଠକ ବସାଇ ପ୍ରତ୍ୟେକ ଫିଲ୍ମର ବିଶ୍ଲେଷଣ ଓ ସମୀକ୍ଷା କରିବା ପରେ ୧୦୦ଟି ଶ୍ରେଷ୍ଠ ଫିଲ୍ମର ଚୟନ କରିଥିଲେ । ଏହି ତାଲିକାର ପ୍ରଥମ ୫ଟି ସ୍ଥାନରେ ରହିଥିବା ଫିଲ୍ମଗୁଡ଼ିକ ହେଉଛି – ୧) ଦେୟାର୍ ୱିଲ୍ ବି ବ୍ଲଡ୍, ୨) ୧୨ ଇୟର୍ ଅ ସ୍ଲେ, ୩) ବୟହୁଡ୍, ୪୦ ଅଣ୍ଡର୍ ଦ ସ୍କିନ୍, ୫) ଇନ୍ ଦ ମୁଡ୍ ଫର୍ ଲଭ୍ । ‘ଗ୍ୟାଙ୍ଗସ୍ ଅଫ୍ ବୋସେପୁର୍’ର ସଫଳତା ପାଇଁ ସମ୍ପୂର୍ଣ୍ଣ କ୍ରୁ ମେମ୍ବରଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ବିଶେଷ ଭାବେ ନବାଜ୍, ମନୋଜ୍ ଓ ଅନୁରାଗଙ୍କ ପ୍ରଶଂସକମାନେ ଅଶେଷ ଶୁଭକାମନା ଜଣାଇଛନ୍ତି ।