ଦେଶର ନୂଆ CAG ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଓଡ଼ିଶାରେ ଜନ୍ମିତ ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଦେଶର ନୂଆ କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ(ସିଏଜି)। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସିଏଜି ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ଗିରୀଶ ଚନ୍ଦ୍ର ମୁର୍ମୁ ବୁଧବାର ଜମ୍ମୁକଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ନିଜର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଥିଲେ। ଆଜି ତାଙ୍କୁ ସିଏଜି ଭାବେ ନିଯୁକ୍ତି ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ ୨୦୧୯ ଅଧୀନରେ ଜମ୍ମୁ-କଶ୍ମୀର ଏବଂ ଲଦାଖ ପୃଥକ ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିଲା। ଏହା ପରେ ଗିରୀଶଙ୍କୁ ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇ ଥିଲା। ଗତ ବର୍ଷ ଅକ୍ଟୋବରରେ ସେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଦାୟିତ୍ୱ ନେଇଥିଲେ।

Leave a Reply

Your email address will not be published.