ପୁଣି ବଢିଲା ତେଲଦର, ଜାଣନ୍ତୁ କେତେ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ବି ବଢ଼ିଲା ତୈଳ ଦର। ଲଗାତର ୨୦ ଦିନ ହେଲାଣି ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିବାରେ ଲାଗିଛି। ବାରମ୍ବାର ତୈଳଦର ବୃଦ୍ଧି ଯୋଗୁ ଖାଉଟି ଉପରେ ଏହାର ପ୍ରଭାବ ପଡ଼ିଛି। ଆଜି ପେଟ୍ରୋଲ୍‌ ଦର ଲିଟର ପ୍ରତି ୨୧ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍‌ ମୂଲ୍ୟ ୧୭ ପିଇସା ବୃଦ୍ଧି ହୋଇଛି ।

ବର୍ଦ୍ଧିତ ମୂଲ୍ୟ ଅନୁସାରେ ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର ପ୍ରତି ୮୦.୧୩ ପଇସା ହୋଇଥିବା ବେଳେ ଡିଜେଲ୍‌ ଦର ୮୦.୧୯ ଟଙ୍କା ରହିଛି। ଇକୋନୋମିକ ଟାଇମ୍ସର ରିପୋର୍ଟ ଅନୁସାରେ ରାଜଧାନୀ ଭୁବନେଶ୍ଵର ରେ ପେଟ୍ରୋଲ ଦର ୮୦.୭୧ ପଇସା ରହିଛି।

ଜୁନ୍‌ ୭ ତାରିଖ ଠାରୁ ଅଏଲ୍‌ ମାର୍କେଟିଂ କମ୍ପାନୀଗୁଡ଼ିକ ପ୍ରତିଦିନ ତୈଳ ଦରରେ ସଂଶୋଧନ କରୁଥିବାରୁ ଲଗାତର ୨୦ ଦିନ ଧରି ତେଲ ଦର ବଢ଼ିବାରେ ଲାଗିଛି। ଏହି ୨୦ ଦିନ ଭିତରେ ପେଟ୍ରୋଲ୍‌ ଦାମ ୮.୮୭ ଟଙ୍କା ବଢ଼ିଥିବା ବେଳେ ଡିଜେଲ୍‌ ୧୦.୮୦ ବଢ଼ିସାରିଲାଣି।

କରୋନା ମହାମାରୀ ସମୟରେ ଚାକିରି ଯିବା ଓ ବ୍ୟବସାୟ ଓ ସମସ୍ତ କାର୍ଯ୍ୟ ମାନ୍ଦା ଥିବା ବେଳେ ତୈଳ ଦର ବୃଦ୍ଧି ଅସହ୍ୟ ହେଉଛି। ଏଥିପାଇଁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ମଧ୍ୟ ସରକାରଙ୍କୁ ଉପରେ ଅସନ୍ତୋଷ ଝାଡ଼ିଲେଣି।

Leave a Reply

Your email address will not be published.