ଗ୍ଲୋବାଲ୍ ବକ୍ସଅଫିସରେ ‘ଫ୍ରୋଜନ୍ ୨’ର ବ୍ୟବସାୟ ୨ହଜାର କୋଟି

ଗତ ଶୁକ୍ରବାର ଦିନ ନର୍ଥ ଆମେରିକାରେ ରିଲିଜ୍ ହୋଇଥିବା ଆନିମେସନ୍ ଫିଲ୍ମ ‘ଫ୍ରୋଜନ୍ ୨’ ଗ୍ଲୋବାଲ୍ ବକ୍ସ ଅଫିସ୍ କ୍ଷେତ୍ରରେ ପୂର୍ବରୁ ଥିବା ସମସ୍ତ ରେକର୍ଡ଼ ଭାଙ୍ଗିଦେବ ବୋଲି ସିନେ ଟ୍ରେଡ୍ ଆନାଲିଷ୍ଟ୍ ମାନେ ଆକଳନ କରୁଛନ୍ତି । ଓପନିଙ୍ଗ୍ ଡେ’ ୩୦୨ କୋଟି ଟଙ୍କାର ବ୍ୟବସାୟ କରିଥିବା ଏହି ଫିଲ୍ମ ଗତ ବୁଧବାର ଦିନ ୧୦୭ କୋଟି ଟଙ୍କାର ବ୍ୟବସାୟ କରିଥିଲା ।

ରିଲିଜ୍ ହେବା ଦିନଠାରୁ ଆଜିପର୍ଯ୍ୟନ୍ତ ମୋଟ ବ୍ୟବଯାୟକୁ ଦୃଷ୍ଟିରେ ରଖିଲେ ଏହା ଗ୍ଲୋବାଲ୍ ବକ୍ସଅଫିସରେ ୨ହଜାର କୋଟି ଟଙ୍କାର ବ୍ୟବସାୟ କରିଛି । ଦ୍ୱିତୀୟ ଦିନ ‘ଫ୍ରୋଜନ୍ ୨’ ୩୬୦ କୋଟି ଟଙ୍କାର କଲେକସନ୍ କରିଥିଲା । କିନ୍ତୁ ରବିବାର ଦିନ ଏହାର ବ୍ୟବସାୟରେ ଜବରଦସ୍ତ ବ୍ୟତିକ୍ରମ ଦେଖାଗଲା । ଏହାର ବ୍ୟବସାୟ ୨୪% ଖସି ଆସିଥିଲା । ସୋମବାର ଦିନ ଏହାର ବ୍ୟବସାୟ ଥିଲା ମାତ୍ର ୯୧ କୋଟି । ମଙ୍ଗଳବାର ଦିନ ଏହା ୧୪୯ କୋଟି ଟଙ୍କାର ବକ୍ସ ଅଫିସ୍ କଲେକସନ୍ କରିଥିଲା । ୨୦୧୩ରେ ରିଲିଜ୍ ହୋଇଥିବା ‘ଫ୍ରୋଜନ୍ ୧’ ୱାଲର୍ଡ଼ ବକ୍ସଅଫିସରେ ୯୩୩୭ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଏହାପୂର୍ବରୁ ‘ଦ ଲାୟନ୍ କିଙ୍ଗ୍’ ଓ ‘ଜୋକର’ ଯଥାକ୍ରମେ ୫୦୦ ଓ ୨୮୨ କୋଟିର ଓପନିଙ୍ଗ ଡେ’ କଲେକସନ୍ କରିଛି ।

Leave a Reply

Your email address will not be published.