ବିଧାନସଭାର ଶୀତ ଅଧିବେଶନ ପାଇଁ ଆଜିଠୁ ହେବ କୋଭିଡ୍ ଟେଷ୍ଟ୍

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଧାନସଭାର ଶୀତ  ଅଧିବେଶନ ପୂର୍ବରୁ ମଙ୍ଗଳବାରଠାରୁ ସମସ୍ତ ବିଧାୟକ, ମନ୍ତ୍ରୀ, ବିଧାନସଭା କର୍ମଚାରୀ, ସୁରକ୍ଷା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ କରାଯିବ । ଏଥିପାଇଁ ବିଏମ୍‌ସି ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

ମଙ୍ଗଳବାର ସକାଳ ସାଢ଼େ ୮ଟାରୁ ସମସ୍ତଙ୍କର ଆରଟିପିସିଆର ଟେଷ୍ଟ୍ କରାଯିବ । ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ହେବ । ସାଢ଼େ ୮ରୁ ସାଢ଼େ ଗୋଟାଏ ଏବଂ ଅପରାହ୍‌ଣ ୩ରୁ ୫ଟା ଯାଏ କରୋନା ଟେଷ୍ଟ ହେବ । ତେବେ ୧୯ରେ କେବଳ ସକାଳ ସାଢ଼େ ୮ରୁ ଦିନ ସାଢ଼େ ଗୋଟାଏ ଯାଏ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ପଜିଟିଭ୍‌ ଚିହ୍ନଟ ହେଲେ ବିଧାନସଭାକୁ ପ୍ରବେଶ ଅନୁମତି ମିଳିବ ନାହିଁ ।

Leave a Reply

Your email address will not be published.