ଲାଭଦାୟକ ପଦବୀରେ ଅଛନ୍ତି ନଳିନୀ ପ୍ରଧାନ, ସମ୍ବଲପୁର ଜିଲ୍ଲାପାଳଙ୍କ ସ୍ପଷ୍ଟୀକରଣ ତଲବ

ସମ୍ବଲପୁର, ( ପ୍ରଫୁଲ୍ଲ ଦାଶ): ପୂର୍ବତନ ପୂର୍ତ୍ତ ସଚିବ ତଥା ସମ୍ବଲପୁର ଲୋକସଭା ଆସନରୁ ବିଜେଡିର ପ୍ରାର୍ଥୀ ଇଞ୍ଜିନିୟର ନଳିନୀ ପ୍ରଧାନଙ୍କ ପାଇଁ ନୂଆ ବିପଦ ସୃଷ୍ଟି ହୋଇଛି। ଲାଭ ଦାୟକ ପଦବୀରେ ରହି ଶ୍ରୀ ପ୍ରଧାନ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ଅର୍ଥାତ୍‌ ନର୍ବାଚନ ପ୍ରାର୍ଥୀପତ୍ର ଦାଖଲ ପାଇଁ ଆବଶ୍ୟକ ମୌଳିକ ଯୋଗ୍ୟତା ତାଙ୍କ ପାଖରେ ନାହିଁ ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ନିତିଶ୍‌ ଗଙ୍ଗଦେବ।

ସମ୍ବଲପୁରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଗଙ୍ଗଦେବ କହିଛନ୍ତି, ଇଞ୍ଜିନିୟର ପ୍ରଧାନ ଓଡ଼ିଶା ସରକାରଙ୍କ ଦୁଇ ସଂସ୍ଥାରେ ନିର୍ଦେଶକ ପଦବୀରେ ରହିଛନ୍ତି। ସହାୟକ କମ୍ପାନୀ ରେଜିଷ୍ଟ୍ରାରଙ୍କ ଠାରୁ ମିଳିଥିବା ତଥ୍ୟକୁ ଉଦ୍ଧାର କରି ସେ କହିଛନ୍ତିୀ ଯେ, ଓଡ଼ିଶା ପୁଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର ବୋର୍ଡର ସେ ହେଉଛନ୍ତି ନୋମିନି ନିର୍ଦେଶକ। ଠିକ୍‌ ସେହିପରି ଓଡ଼ିଶା ନିର୍ମାଣ ନିଗମର ରେ ହେଉଛନ୍ତି ନିର୍ଦେଶକ। ଆର୍‌ଟିଆଇ ଆବେଦନ ଯୋଗେ ଏପ୍ରିଲ୍‌ ୩ ତାରିଖରେ ସେ ଏହି ତଥ୍ୟ ହାସଲ କରିଛନ୍ତି। ଅର୍ଥାତ୍‌ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଯାଏ ସେ ଏହି ଦୁଇ ପଦବୀରୁ ଇସ୍ତଫା ଦେଇ ନାହାନ୍ତି। ଏହି ଦୁଇ ପଦବୀ ଲାଭ ଦାୟକ ହୋଇଥିବାରୁ ଏହା ଆଇନ ବିରୋଧୀ। ଏଣୁ ଏହାଙ୍କ ପ୍ରାର୍ଥୀପତ୍ର ନାକଚ ପାଇଁ ସେ ଜିଲ୍ଲାପାଳ ତଥା ରିଟର୍ନିଂ ଅଧିକାରୀଙ୍କ ପାଖରେ ଆବେଦନ କରିଥିବା କହିଛନ୍ତି।

ଏହି ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଶନିବାର ଶୁଣାଣି ପାଇଁ ଦୁଇ ପକ୍ଷଙ୍କୁ ଡକାଇଥିବା ଶ୍ରୀ ଗଙ୍ଗଦେବ ସୂଚନା ଦେଇଛନ୍ତି।

Leave a Reply

Your email address will not be published.