ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍

ସମ୍ବଲପୁର , (ଓଡିଶା ଟାଇମ୍): ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍‌ । ବନ୍ୟା ପାଣିର ପ୍ରବେଶ କମିଥିବାରୁ ଡ୍ୟାମ୍‌ର ଗେଟ୍ ବନ୍ଦ କରାଯାଉଛି ।  ଏବେ ହୀରାକୁଦର ମୋଟ୍ ୨୪ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।

ମଙ୍ଗଳବାର ସକାଳ ୬ଟା ପର୍ଯ୍ୟନ୍ତ ହୀରାକୁଦ ନଦୀବନ୍ଧର ୩୨ଟି ସ୍ଲୁଇସ ଗେଟ ଖୋଲା ଥିବା ବେଳେ ନଦୀବନ୍ଧର ଉପର ମୁଣ୍ଡରୁ ଜଳ ପ୍ରବାହ କମିଥିବାରୁ ୮ଟି ଗେଟକୁ ପର୍ଯ୍ୟାୟକ୍ରମରେ ବନ୍ଦ କରା ଯାଇଛି। ବର୍ତ୍ତମାନ ମୋଟ ୨୪ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର ୬୨୫.୯୧ ଫୁଟ ରହିଛି। ବର୍ତ୍ତମାନ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ହୀରାକୁଦ ନଦୀବନ୍ଧ ମଧ୍ୟକୁ ୩,୬୨,୮୮୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୪ଟି ଗେଟ ଜରିଆରେ ୫,୨୮,୦୬୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ଜଳ ପ୍ରବାହ କମିଲେ ପର୍ଯ୍ୟାୟ କ୍ରମେ ଆହୁରି ଗେଟ ବନ୍ଦ ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published.