କୋଇଲା ଖଣି ଆବଣ୍ଟନ ମାମଲା: ସ୍ବତନ୍ତ୍ର ଅଦାଲତରେ ଦିଲିପ ରାୟ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ୧୯୯୯ରେ ଝାଡ଼ଖଣ୍ଡର ଏକ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ସଂକ୍ରାନ୍ତ ଏକ ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ବତନ୍ତ୍ର ଅଦାଲତ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛି ।
ସ୍ୱତନ୍ତ୍ର ଅଦାଲତ ବିଚାରପତି ଭରତ ପରାଶର  ଅଟଳ ବିହାରୀ ବାଜପେୟୀ ସରକାରରେ ତତ୍କାଳୀନ କୋଇଲା ମନ୍ତ୍ରୀ ଶ୍ରୀ ରାୟଙ୍କୁ ଅପରାଧିକ ଷଡ଼ଯନ୍ତ୍ର ଏବଂ ଅନ୍ୟାନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଝାଡଖଣ୍ଡର ଗିରିଡିହିରେ ଥିବା ବ୍ରହ୍ମଡିହା କୋଲ୍ ବ୍ଲକ୍ ଆବଣ୍ଟନରେ ଅନିୟମିତତା ନେଇ ସିବିଆଇ ଚାର୍ଜସିଟ୍‌ ଦାଖଲ କରିଥିଲା । ସେତେବେଳେ ଦିଲୀପ ରାୟଙ୍କ ସମେତ ୫ ଜଣଙ୍କୁ ସ୍ପେସାଲ ସିବିଆଇ କୋର୍ଟ ସମନ କରିଥିଲେ । ତତ୍‌କାଳୀନ କୋଇଲା ମନ୍ତ୍ରାଳୟର ଅତିରିକ୍ତ ସଚିବ ପ୍ରଦୀପ କୁମାର ବାନାର୍ଜୀ, ଆଡଭାଇଜର ନିତ୍ୟାନନ୍ଦ ଗୌତମ, କାଷ୍ଟର୍ଣ୍ଣ ଟେକ୍ନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ଏବଂ କାଷ୍ଟର୍ଣ୍ଣ ମାଇନିଂକୁ ସମନ କରିଥିଲେ ସ୍ବତନ୍ତ୍ର ସିବିଆଇ କୋର୍ଟ ।

ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୧୨୦ (ବି) ଅପରାଧିକ ଷଡଯନ୍ତ୍ର, ୪୨୦ ଅର୍ଥାତ୍ ଠକେଇ, ୪୦୯ ଅର୍ଥାତ୍ ବିଶ୍ବାସ ଭଙ୍ଗ ଏବଂ ପ୍ରିଭେକ୍ସନ ଅଫ୍ କରପସନ୍‌ ଆକ୍ଟର ବିଭିନ୍ନ ଧାରା ଲଗାଥିଲେ କୋର୍ଟ ।

Leave a Reply

Your email address will not be published.