ପୂର୍ବତନ ପୋଲିସ ଡିଜି ଏସ୍.ଏନ୍. ତିୱାରୀଙ୍କ ପରଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍) : ପୂର୍ବତନ ପୋଲିସ ଡିଜି ଏସ୍.ଏନ୍. ତିଓ୍ବାରୀଙ୍କ ପରଲୋକ ଘଟିଛି । ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ହେଲା ସେ କ୍ୟାନସର ରୋଗରେ ପୀଡିତ ହୋଇ ମେଡିକାଲରେ ଚିକିତ୍ସିତି ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ସେ ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ପାସ୍ କରି ୧୯୬୫ରେ ଆଇପିଏସରେ ଯୋଗ ଦେଇଥିଲେ । ରାଜ୍ୟ ପୋଲିସରେ ବିଭିନ୍ନ ପଦବୀରେ ସେ କାର‌୍ୟ୍ୟ କରିଥିଲେ । ତାଙ୍କର ପତ୍ନୀ ଏବଂ ଦୁଇ ପୁଅ ଅଛନ୍ତି ।

Leave a Reply

Your email address will not be published.