ଭାରତରେ ପ୍ରଥମ ଥର ପାଇଁ ଗୁଜୁରାଟରୁ ଆରମ୍ଭ ହେଉଛି ସି-ପ୍ଲେନ୍ ସେବା, ୨୨୦ କିଲୋମିଟର ଯାତ୍ରା ପୂରା ହେବ ୪୫ ମିନିଟରେ

ଅହମଦାବାଦ, (ଓଡିଶା ଟାଇମ୍ ) :ଭାରତରେ ପ୍ରଥମ ଥର ପାଇଁ ସି-ପ୍ଲେନ୍ ସେବା ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରାରମ୍ଭ ଗୁଜୁରାଟ ସାବରମତୀ ନଦୀରୁ ହେବ। କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ଗୁଜୁରାଟ ସରକାର ସି-ପ୍ଲେନ୍ ପ୍ରୋଜେକ୍ଟ ଲଞ୍ଚ କରିବେ।

ଅବଶ୍ୟ ଏହାର ଉଦଘାଟନ ଚଳିତ ମାସ ଶେଷ ସୁଦ୍ଧା ହେବ ଓ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିପାରନ୍ତି। ତେବେ ଏ ସି-ପ୍ଲେନ ପାଇଁ ଓ୍ବାଟର ଏରୋଡ୍ରମ ତିଆରି କରାଯାଉଛି। ଯେଉଁଥିରେ ସ୍ବଚ୍ଛ ଜଳ ବଡ଼ ମାତ୍ରାରେ ମହଜୁଦ ରହିବ।

ଏଥିରେ ୨୨୦ କିମି ଯାତ୍ରା ମାତ୍ର ୪୫ ମିନିଟରେ ପୂରା ହେବ। କାରଣ ସି-ପ୍ଳେନ ନଦୀରୁ ହିଁ ଉଡାଣ ଭରିବ। ଏହା ବ୍ୟତୀତ ପର୍ଯ୍ୟଟକ ମାନଙ୍କ ପାଇଁ ମଧ୍ୟ ଏହା ଆନନ୍ଦଦାୟକ ରହିବ। ସି-ପ୍ଲେନ ଲୋକଙ୍କ ପାଇଁ ଏକଦମ ନୂଆ ଅନୂଭୂତି ରହିବ। ଏ ପ୍ରକାର ସୁବିଧା ପୂର୍ବରୁ ଜାପାନରେ ହିଁ ଅଧିକ ଲୋକପ୍ରିୟ ରହିଛି।

ତେବେ ପ୍ରଥମ ସି-ପ୍ଲେନ ଅହମଦାବାଦର ସାବରମତୀ ନଦୀରୁ କେବଡିଆ ଡ୍ୟାମ ପର୍ଯ୍ୟନ୍ତ ଯାତ୍ରା କରିବ।

Leave a Reply

Your email address will not be published.