ଗୋଡ଼ମୁଦି ସମ୍ପର୍କିତ ଏହିସବୁ ଭୁଲ୍ କରନ୍ତୁ ନାହିଁ, ନଚେତ୍ ସ୍ୱାମୀଙ୍କ ଉପରେ ଆସିପାରେ ବିପଦ

ବିବାହିତାମାନେ ସିନ୍ଦୁର, ମଙ୍ଗଳସୂତ୍ର ଓ ଗୋଡ଼ମୁଦିକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ଏହି ୩ଟି ଜିନିଷ ଧାରଣ କରିବା ଦ୍ୱାରା ସ୍ୱାମୀଙ୍କର ମଙ୍ଗଳ ହେବା ସହ ସ୍ୱାମୀ ଦୀର୍ଘାୟୁ ହୋଇଥାନ୍ତି ବୋଲି ଶାସ୍ତ୍ରପୁରାଣରେ ଉଲ୍ଲେଖ ରହିଛି । ତେଣୁ ଏହାକୁ ପିନ୍ଧିବା ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ମଧ୍ୟ ରହିଛି । ସେହିସବୁ ନିୟମକୁ ନମାନିଲେ ସ୍ୱାମୀ ଓ ପରିବାରର ଅମଙ୍ଗଳ ହୋଇଥାଏ । ଗୋଡ଼ମୁଦିକୁ ନେଇ ସେଭଳି କିଛି ନିୟମ ଅଛି, ଯାହାକୁ ବିବାହିତାମାନେ ଜାଣିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ସେସବୁ ନିୟମ ସମ୍ପର୍କରେ ଜାଣିବା –

୧- ଗୋଡ଼ମୁଦିକୁ ଅଧିକ ଢ଼ିଲାକରି ପିନ୍ଧନ୍ତୁ ନାହିଁ । ସବୁବେଳେ ଗୋଡ଼ମୁଦି ବୁଲି ଯାଉଥିଲେ କିମ୍ବା ଖସି ଯାଉଥିଲେ, ତାହା ଶୁଭ ଲକ୍ଷଣ ନୁହେଁ । ଏହାଦ୍ୱାରା ସ୍ୱାମୀଙ୍କ ସହ ମନୋମାଳୀନ୍ୟ ସୃଷ୍ଟି ହୋଇଥାଏ ।

୨- କେବେ ମଧ୍ୟ ସୁନା ଓ ତମ୍ବାରେ ଗୋଡ଼ମୁଦି କରି ପିନ୍ଧନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହ ଆର୍ଥିକ ସଙ୍କଟ ଦେଖାଦେଇଥାଏ ।

୩- ଗୋଡ଼ମୁଦି ଭାଙ୍ଗିଗଲେ, ତାହାକୁ ତୁରନ୍ତ ବଦଳାଇ ନୂଆ ମୁଦି ପିନ୍ଧନ୍ତୁ । ଏହି କାମରେ ଡେରି କରିବା ଶୁଭ ସଙ୍କେତ ନୁହେଁ ।

୪- ଆଜିକାଲି ଅନେକ ପ୍ରକାର ଇମିଟେସନ୍ ଗୋଡ଼ମୁଦି ମିଳୁଛି, ଯାହାକି ଦେଖିବା ପାଇଁ ଖୁବ୍ ସୁନ୍ଦର ଲାଗିଥାଏ । କିନ୍ତୁ ଆପଣ ସେହି ମୁଦିକୁ ପାଦର ମଝି କିମ୍ବା ଅନାମିକା ଆଙ୍ଗୁଟିରେ ପିନ୍ଧିପାରିବେ । କିନ୍ତୁ କେବେ ମଧ୍ୟ ଇମିଟେସନ୍ ମୁଦିକୁ ତର୍ଜନି ବା ଇଣ୍ଡେକ୍ସ ପିଙ୍ଗରରେ ପିନ୍ଧନ୍ତୁ ନାହିଁ ।

୫- ଆଜିକାଲି ଆନିମଲ୍ ଡିଜାଇନର ପ୍ରଚଳନ ଅଧିକ ଚାଲିଛି । କିନ୍ତୁ କେବେ ମଧ୍ୟ ଗୋଡ଼ମୁଦିରେ ସାପ କିମ୍ବା ଅନ୍ୟ କୌଣସି ସରିସୃପ ଡିଜାଇନ୍ ପିନ୍ଧନ୍ତୁ ନାହିଁ ।

୬- ଗୋଡ଼ମୁଦିକୁ ସବୁବେଳେ ସଫା ରଖନ୍ତୁ ଏବଂ ଗୋଟିଏ ଆଙ୍ଗୁଠିରେ ୧ରୁ ଅଧିକ ମୁଦି ପିନ୍ଧନ୍ତୁ ନାହିଁ ।

Leave a Reply

Your email address will not be published.