ତିତ୍‌ଲି’ ଠାରୁ ‘ଫୋନି’ର ପ୍ରଭାବ ବେଶୀ ରହିବ

୧୫୦ ରୁ ୧୭୦ କିମି ବେଗରେ ବହିବ ପବନ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଫୋନି’ର ପ୍ରଭାବ ଗ୍ଧତିତ୍‌ଲିଗ୍ଦ ଅପେକ୍ଷା ବେଶୀ ପଡ଼ିପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍. ବିଶ୍ୱାସ କହିଛନ୍ତି, ବାତ୍ୟା ‘ଫୋନି’ ଆଜି ସକାଳେ ସିଭିୟର ସାଇକ୍ଲୋନ୍‌ରୁ ଭେରି ସିଭିର୍ୟସାଇକ୍ଲୋନ୍‌ର ରୂପ ନେଇଛି। ଏବେ ଏହା ମଛିଲିପଟନମ୍‌ଠାରୁ ୭୬୦ କିମି ଦୂରରେ ରହିଛି। ତେବେ ମେଗ୍ଦ ୧ ତାରିଖରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବାର ଆଶଙ୍କା ରହିଛି। ଏହାପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ଏବଂ ଓଡ଼ିଶା ଉପକୂଳ ମୁହାଁ ହେବ। ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏହାସହ ଦକ୍ଷିଣ ଓଡ଼ିଶା ଉପକୂଳରେ ଥିବା ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି।

ସେ କହିଛନ୍ତି, ଦକ୍ଷିଣ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲାରେ ମେଗ୍ଦ୨ରେ ବର୍ଷା ହେବ। ମେଗ୍ଦ ୩ ଓ ୪ ତାରିଖରେ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବର୍ଷା ହୋଇପାରେ। ଉପକୂଳ ଅଂଚଳରେ ଫୋନି ପ୍ରଭାବରେ ଘଣ୍ଟାପ୍ରତି ୧୫୦ ରୁ ୧୭୦ କିମି ବେଗରେ ପବନ ବହିବ । ଏହାସହିତ ଉପକୂଳ ଓଡ଼ିଶାର ପ୍ରବଳ ପବନ ବହିପାରେ। ତେଣୁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ବାତ୍ୟା ଦୂରରେ ଥିବାରୁ ବନ୍ଦର ଗୁଡ଼ିକରେ ୨ ନମ୍ୱର ସଙ୍କେତ ଜାରି କରାଯାଇଛି। ‘ତିତ୍‌ଲି’ ଅପେକ୍ଷା ‘ଫୋନି’ର ପ୍ରଭାବ ବେଶୀ ରହିବ ବୋଲି ଆଶଙ୍କା କରାଯାଉଛି।

ବାତ୍ୟା ‘ଫୋନି’ର ମୁକାବିଲା ନେଇ ଏସ୍‌ଆର୍ସି ବିଷ୍ଣୁପଦ ସେଠୀ କହିଛନ୍ତି, ଆସନ୍ତା ୩ ତାରିଖ ସୁଦ୍ଧା ବାତ୍ୟା ଫୋନି ଓଡ଼ିଶା ଉପକୂଳ ଛୁଇଁପାରେ। ତେଣୁ ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ କୁହାଯାଇଛି। ଓଡ୍ରାଫ୍, ଏନ୍‌ଡିଆରଏଫ୍‌ଓ ଅଗ୍ନିଶମ କର୍ମଚାରୀଙ୍କୁ ଆଗୁଆ ପଠାଯିବ। ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ। ମେ୨ ତାରିଖରୁ ବର୍ଷା ଓ ୩ରେ ଅଧିକ ପବନ ବହିବା ସମ୍ଭାବନା ରହିଛି।

ବାତ୍ୟାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କଣ୍ଟ୍ରୋଲ୍‌ରୁମ୍‌ଖୋଲିବାକୁ ମଧ୍ୟ କୁହାଯାଇଛି। ଗ୍ଧଫୋନିଗ୍ଦ ପାଇଁ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ଆଣ୍ଡାମାନ ଓ ନିକୋବର, ପୁଡୁଚେରୀ, କେରଳ ଏବଂ ଲାକ୍ଷାଦ୍ୱୀପର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଗୃହ ବିଭାଗ ଆଡଭାଇଜାରୀ ଜାରି କରିଛନ୍ତି।

ଫୋନି ପାଇଁ ଓଡ଼ିଶାକୁ ମିଳିବ ୩୪୧କୋଟିର କେନ୍ଦ୍ରୀୟ ସହାୟ

ଫୋନି ପାଇଁ କେତେକ ରାଜ୍ୟକୁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସହାୟତା ରାଶି ବଣ୍ଟନ ହୋଇଛି । ଓଡ଼ିଶାରେ ଫୋନିର ପ୍ରଭାବ ଅଧିକ ପଡ଼ିବା ସମ୍ଭାବନାକୁ ଦୃଷ୍ଟିରେ ରଖି ୩୪୧ କୋଟି ସହାୟତା ରାଶି ଦିଆଯିବା ପାଇଁ ନିର୍ଦ୍ଦେଶ ହୋଇଛି । ଏହା ସହ ଓଡ଼ିଶା ସମେତ ଚାରୋଟି ରାଜ୍ୟକୁ ୧୦୮୬ କୋଟି ଟଙ୍କର ଆକୁଆ ସହାୟତା ପ୍ରଦାନ କରାଯିବ । ଘୂର୍ଣ୍ଣିବାତ୍ୟା ଫୋନିର ପୂର୍ବ ପ୍ରସ୍ତୁତି ଓ ରିଲିଫ ପାଇଁ ଏସଡିଆଏଫକୁ ଏହି ଯଙ୍କା ଆସିବ ।ଏଥିରେ ଓଡ଼ିଶାକୁ ୩୪୦.୮୭ କୋଟି,ଆନ୍ଧ୍ରକୁ ୨୦୦.୨୫କୋଟି, ତାମିଲନାଡ଼ୁକୁ ୩୦୯.୩୭କୋଟି ଓ ପଶ୍ଚିମବଙ୍ଗକୁ ୨୩୫.୫୦କୋଟି ଟଙ୍କା ସହାୟତା ରାଶି ଦିଆଯିବ । ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି ନିଷ୍ପତି ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

Leave a Reply

Your email address will not be published.