ଭାରତ-ଚୀନ ସୀମା ବିବାଦର ବାଟ ଫିଟାଇଲା ପଞ୍ଚସୂତ୍ରୀ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଗୁରୁବାର ଦୁଇଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି। ରୁଷ୍‌ର ମସ୍କୋରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ଅବସରରେଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କର ଚୀନ ପ୍ରତିପକ୍ଷ ୱାଙ୍ଗ ୱିଙ୍କ ମଧ୍ୟରେ କଥାବାର୍ତ୍ତା କରିଛନ୍ତି। କଥାବାର୍ତ୍ତା ସମୟରେ ଉଭୟ ସୀମା ବିବାଦର ଆପୋଷ ସମାଧାନ ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ଉତ୍ତେଜନା ହ୍ରାସ କରିବାକୁ ପଞ୍ଚ ସୂତ୍ରୀର ସହମତି ପ୍ରକାଶ କରିଛନ୍ତି  ଉଭୟ ପକ୍ଷ । ଏହି ଆଲୋଚନାରେ ଏଲଏସିରେ ଦେଖାଦେଇଥିବା ପରିସ୍ଥିତି କାହାକୁ ଲାଭ ଦେବ ନାହିଁ ବୋଲି ଉଭୟ ପକ୍ଷ କହିଛନ୍ତି।

ଏହା ୫ଟି ପଏଣ୍ଟ ଉପରେ ୨ ଦେଶ ମଧ୍ୟରେ ସହମତି-:

୧- ସୀମାନ୍ତ ଅଞ୍ଚଳରେ ଚାଲିଥିବା ବର୍ତ୍ତମାନର ସ୍ଥିତି କୌଣସି ଦେଶ ପକ୍ଷେ ହିତକର ନୁହେଁ । ଦୁଇ ଦେଶର ଯବାନଙ୍କ ମଧ୍ୟ କଥାବାର୍ତ୍ତା ଜାରି ରହିବ (ବିବାଦୀୟ ସ୍ଥାନରୁ ସୈନିକ ହଟାଇବା ପାଇଁ କାମ କରିବା ଉଚିତ୍‌ )। ଦୁଇ ଦେଶ ନିଜ ନିଜ ମଧ୍ୟରେ ଦୂରତା ରକ୍ଷା କରିବା ଦ୍ୱାରା ବିବାଦ କମ୍‌ ହେବ ।

୨- ସମ୍ପର୍କକୁ ଆଗକୁ ବଢାଇବା ପାଇଁ ଦୁଇ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ରାୟକୁ ନେଇ ଚାଲିବାକୁ ପଡିବ । ମତଭେଦକୁ ନେଇ ବିବାଦ ହେବା ଉଚିତ୍‌ ନୁହେଁ ।

୩- ୨ ଦେଶ ସୀମା ସହିତ ଜଡିତ ମାମଲାକୁ ଆପୋଷ ସମାଧାନ ଓ ପ୍ରୋଟକୋଲରକୁ ମାନିବା ଉଚିତ୍‌ ।ସୀମାରେ ଶାନ୍ତି କାୟମ କରି କାର୍ଯ୍ୟାନୁଷ୍ଠାନ ଠାରୁ ଦୂରେଇ ରହିବା ଉଚିତ୍‌ । ଯାହାରା ପରିସ୍ଥିତି ଠିକ୍‌ ରହିବ ।

୪- ସୀମାରେ ଲାଗିରହିଥିବା ବିବାଦକୁ ନେଇ ଉଭୟ ଦେଶ କାମ କରିବା ଉଚିତ । ଯାହାଦ୍ୱାରା ଲାଗିରହିଥିବା ବିବାଦର ସମାଧାନ ଖୁବ୍‌ଶୀଘ୍ର ହୋଇପାରିବ । ଆପୋଷ ଭରସା ମଧ୍ୟରେ ଆଗକୁ ବଢିବା ଉଚିତ୍‌ ।

୫- ସ୍ପେଶାଲ ରିପ୍ରେନଜିଟିଭ୍‌ (SR) ଜରିଆରେ କଥାବାର୍ତ୍ତା ଜାରି ରଖିବା ଉଚିତ୍‌ । ସେହିପରି WMCC ବୈଠକ ହେବା ଉଚିତ୍‌ 

 

Leave a Reply

Your email address will not be published.