#OdishaFightsCorona: ଭୁବନେଶ୍ଵରରେ ପ୍ରଥମ କରୋନା ମୃତ୍ୟୁ, ୨ ଦିନ ତଳେ ଆସିଥିଲେ ହସ୍‌ପିଟାଲ୍‌

ଭୁବନେଶ୍ଵର, (ଓଟି): ଭୁବନେଶ୍ଵରରେ ପ୍ରଥମ କରୋନା ମୃତ୍ୟୁ ହୋଇଛି। ସେ ଜଣେ ୭୨ ବର୍ଷୀୟ ପୁରୁଷ। ତାଙ୍କ ଘର ଝାରପଡ଼ା ଅଞ୍ଚଳରେ। ଛାତି ଯନ୍ତ୍ରଣା ହେତୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଦୁଇଦିନ ପରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ଵାସ୍ଥ୍ୟ ବିଭାଗ ଜଣାଇଛି।  ତାଙ୍କ ସାମ୍ପଲ୍‌ରେ କରୋନା ଭୁତାଣୁ ଥିବା ବିଭାଗ କହିଛି। ଏହି ଅନୁସାରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଟ୍ରେସିଂ କରାଯିବ ବୋଲି ବିଭାଗ କହିଛି।
୪ ତାରିଖ ଦିନ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି। ସେ ଉଚ୍ଚରକ୍ତଚାପରେ ଆକ୍ରାନ୍ତ ଥିଲେ।  ସେ ଭୁବନେଶ୍ଵର ଏମ୍ସରେ ଚିକିତ୍ସା ହେଉଥିଲେ।  ତାଙ୍କର ଯାତ୍ରା ବିବରଣୀ ବାବଦରେ କିଛି ସୂଚନା ମିଳି ନାହିଁ।
ଏହାଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି। ଏଥିରୁ ୨୧ଟି କେସ୍‌ ଭୁବନେଶ୍ଵରରେ ଅଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କର ସଂସ୍ପର୍ଶରେ ଆସିଥିବା ଲୋକଙ୍କ ବାବଦରେ ଯାଞ୍ଚ ଚାଲିଛି। ଏହାସହ ସେ ଅଞ୍ଚଳକୁ ସିଲ୍‌ କରାଯିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

Leave a Reply

Your email address will not be published.