ବାବା ରାମଦେବଙ୍କ ସମେତ ୫ଜଣଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ଭାଇରସର ଔଷଧ ଲଞ୍ଚିଂ ପରଠୁ ବାବା ରାମଦେବ ଏବଂ ତାଙ୍କ କମ୍ପାନୀ ପତଞ୍ଜଳୀ ପ୍ରଶ୍ନବାଚୀରେ ରହିଛି। କରୋନିଲ ଔଷଧକୁ ନେଇ ଏବେ ବାବା ରାମଦେବ ଏବଂ ଅନ୍ୟ ୪ଜଣଙ୍କ ବିରୋଧରେ ରାଜସ୍ଥାନର ରାଜଧାନୀ ଜୟପୁରରେ ମାମଲା ରୁଜୁ କରାଯାଇଛି। କରୋନା ଭାଇରସ୍ ଔଷଧ ଭାବେ କରୋନିଲକୁ ନେଇ ଭ୍ରମାତ୍ମକ ପ୍ରଚାର ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି।

ତେବେ କରୋନା ମହାମାରୀକୁ ମାତ୍ର ୭ ଦିନରେ ଭଲ କରି ଦେଉଥିବା ଔଷଧ ‘କୋରୋନିଲ’ର ଲଞ୍ଚ ପରଠାରୁ ହିଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯୋଗଗୁରୁ ବାବା ରାମଦେବ ।

ଏହା ପୂର୍ବରୁ ଆୟୁଷ ମନ୍ତ୍ରାଳୟ ଏହି ଔଷଧର ଦାବି ଓ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ମହାରାଷ୍ଟ୍ର ଓ ରାଜସ୍ଥାନ ସରକାର ଏହି ଔଷଧ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ । କେରୋନିଲକୁ କ୍ଲିନିକାଲ ଟ୍ରାଏଲ କରିଥିବା ଏନଆଇଏମଏସର ସଭାପତି ମଧ୍ୟ ଏହି ମାମଲାକୁ ରଦ୍ଦ କରିଛନ୍ତି । ଏଥିସହ ବାବା ରାମଦେବ ଓ ତାଙ୍କର ୪ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

Leave a Reply

Your email address will not be published.