ଧାନ ଫସଲରେ କେମିତି କରିବେ ସାର ପରିଚାଳନା

ଅନୁଗୋଳ (ଓଟି): ବଦଳୁଥିବା ପରିବେଶରେ ବୈଜ୍ଞାନିକ ପ୍ରଣାଳୀକୁ ଆଧାର କରି ଧାନ ଫଳସଲରେ କେମିତି ସାର ପରିଚାଳନା କରିବେ ସେ ନେଇ ଏକ ତାଲିମ ଶିବିର ଅନୁଗୋଳ ଜିଲ୍ଲା ଛେଣ୍ଡିପଦାଠାରେ ଆୟୋଜିତ ହୋଇଛି। ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଏହି ଶିବିର ବାଲିପଟା ଗ୍ରାମ ପଞ୍ଚାୟତରେ ଆୟୋଜିତ ଏହି ଶିବିରରେ ନାଉପଦା, ଟେଣ୍ଡୁଲ, ଜାମୁନାଳୀ ଗାଁର ପ୍ରାୟ ୭୩ ଜଣ ଚାଷୀ ଯୋଗ ଦେଇଥିଲେ। ଏଥିରେ ଅନୁଗୁଳ ଜିଲ୍ଲା କୃଷି ବିଶେଷଜ୍ଞ ଅଞ୍ଜନକୁମାର ନାୟକ ଯୋଗଦେଇ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ।

ଧାନଫସଲରେ ଖେଣ୍ଡୁରୀ ରୋଗ, ଗଣ୍ଠିପୋକ, ମହିସା ରୋଗ, ପତ୍ରପୋଡ଼ି ରୋଗର ନିରାକରଣ କିପରି କରାଯାଇପାରିବ ସେ ବିଷୟରେ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏହି ତାଲିମ ଶିବିରକୁ ରିଲାଏନ୍ସ ଫାଉଣ୍ଡେସନ ଜିଲ୍ଲା ସଂଯୋଜକ ଅଶୋକ କୁମାର ମଲ୍ଲିକ ଓ ସହ ସଂଯୋଜକ ରାଜେନ୍ଦ୍ର କୁମରେ ଦେହୁରୀ ପରିଚାଳନା କରିଥିଲେ।

Leave a Reply

Your email address will not be published.