ୱାର୍ଡ଼ରୋବରେ ସାମିଲ୍ କରନ୍ତୁ ନୀଳ, ଜାଣନ୍ତୁ କିଭଳି କରିବେ ଟିମଅପ୍

0
46
advertisement

ଚଳିତବର୍ଷର ଫେଷ୍ଟିଭ୍ ଟ୍ରେଣ୍ଡ୍କୁ ଦୃଷ୍ଟିରୁ ରଖି ଫ୍ୟାଶନ୍ ପଣ୍ଡିତମାନେ ନୀଳ ରଙ୍ଗକୁ ପ୍ରାଧାନ୍ୟ ଦେଇଛନ୍ତି । ଅଫିସ୍ ଠାରୁ ଆରମ୍ଭ କରି କୌଣସି ପାର୍ଟି କିମ୍ବା କୌଣସି ବିଶେଷ ଉତ୍ସବ, ସବୁ ସମୟରେ ନୀଳ ରଙ୍ଗର ବେଶ୍ ମହତ୍ୱ ରହିଛି । ରୟାଲ୍ ଲୁକ୍ ସହିତ ଷ୍ଟାଇଲ୍ ଷ୍ଟେଟମେଣ୍ଟ୍ ଭାବେ ନୀଳ ରଙ୍ଗର ଚାହିଦା ଅଧିକ । ନୀଳ ରଙ୍ଗର ଯେ କୌଣସି କମ୍ବିନେସନ୍ ଏବଂ ଯେ କୌଣସି ସେଡସ୍ ସହିତ ଆପଣ ଏକ ନିଆରା ଲୁକ୍ ପାଇପାରିବେ । ଫ୍ୟାଶନ୍ ଡିଜାଇନରଙ୍କ କିଛି ଟିପ୍ସ ଦ୍ୱାରା ଆପଣ ନୀଳ ରଙ୍ଗ ସହିତ ଅଧିକ ଏକ୍ସପରିମେଣ୍ଟ୍ କରିପାରିବେ, ଯାହାକି ବେଶ୍ ଆକର୍ଷଣୀୟ ଲାଗିବ । ତେବେ ଆସନ୍ତୁ ଜାଣିବା –

୧- ନୀଳ ରଙ୍ଗର ଲଙ୍ଗ୍ ଜମ୍ପସୁଟ୍ ସହିତ ସିଲକ୍ ବେଲଟ୍ ପିନ୍ଧନ୍ତୁ । ଏହାର କଣ୍ଟାସ୍ କଲରର ବ୍ୟାଗ୍, ଜୋତା ଓ ଅନ୍ୟ ଆସେସରିଜ୍ କ୍ୟାରି କରନ୍ତୁ । ଏହା ଆପଣଙ୍କୁ ଗୋଟିଏ ଭିନ୍ନ ଓ ମଡର୍ଣ୍ଣ ଲୁକ୍ ଦେବ ।

୨- ଝିଅ ହୁଅନ୍ତୁ କିମ୍ବା ପୁଅ ନୀଳ ରଙ୍ଗର ସାର୍ଟ ପିନ୍ଧିବା ଦ୍ୱାରା ବେଶ୍ ଡିସେଣ୍ଟ୍ ଲୁକ୍ ଆସିଥାଏ । ବ୍ଲୁ ସାର୍ଟ ସହିତ ବ୍ଲାକ୍, ଗ୍ରେ କିମ୍ବା ହ୍ୱାଇଟ୍ ଜିନ୍ସ କିମ୍ବା ସ୍କଟ୍ ଟ୍ରାଏ କରନ୍ତୁ ।

୩- ଅଫିସ୍ ମିଟିଙ୍ଗ୍ ହେଉ କିମ୍ବା କୌଣସି ଇଭିନିଙ୍ଗ୍ ପାର୍ଟି ଆପଣ ନୀଳ ରଙ୍ଗର ବ୍ଲେଜର୍, ସାର୍ଟ କିମ୍ବା ବ୍ଲୁ ଡେନିମ୍ ଟ୍ରାଏ କରିପାରିବେ । ଇଭିନିଙ୍ଗ ପାର୍ଟି କିମ୍ବା କୌଣସି ଉତ୍ସବ ପାଇଁ ଆପଣ ନୀଳ ରଙ୍ଗର କୂର୍ତ୍ତି , ଟିସାର୍ଟ କିମ୍ବା ଜିନ୍ସ ପିନ୍ଧନ୍ତୁ । ମହିଳାମାନେ ନୀଳ ରଙ୍ଗର ପାଟଶାଢ଼ି କିମ୍ବା ନୀଳ ରଙ୍ଗର ସିଲ୍କ ପଞ୍ଜାବୀ ସୁଟ୍ ପିନ୍ଧନ୍ତୁ ।

୪- ୱେଷ୍ଟର୍ଣ୍ଣ ୱେର ସହିତ ନୀଳ ରଙ୍ଗର ସର୍ଟ ବ୍ଲେଜର୍ କିମ୍ବା ଡେନିମ୍ ସର୍ଟ ଜ୍ୟାକେଟ୍ ବେଶ୍ ମାନିଥାଏ । ନୀଳ ରଙ୍ଗର ଏମ୍ରୋଡୋରୀ କାମ ହୋଇଥିବା ସ୍ରଗସକୁ ଆପଣ ଲାଲ୍, ଗ୍ରୀନ କିମ୍ବା ଗୋଲଡେନ୍ କୁର୍ତ୍ତି ସହିତ ଟିମଅପ୍ କରନ୍ତୁ ।

୫- ଆଉଟିଙ୍ଗ୍ କିମ୍ବା ହଲିଡେ’ ପାଇଁ ଯାଉଥିଲେ ନୀଳ ରଙ୍ଗର ୱାନପିସ୍ କ୍ୟାରି କରନ୍ତୁ । ଏହା ଆଣଙ୍କୁ ଏକ କୁଲ୍ ଲୁକ୍ ଦେଇଥାଏ ।

୬- ଲାଇଟ୍ ବ୍ଲୁ ସହିତ ହ୍ୱାଇଟର କମ୍ବିନେସନ୍ ଆଜିକାଲି ବେଶ୍ ଟ୍ରେଣ୍ଡରେ ରହିଛି । ନୀଳ ରଙ୍ଗର ଏଥେନିକ୍ ୱିୟର୍ ଚାହୁଁଥିଲେ ଲେସ୍ କିମ୍ବା ଏମ୍ରୋଡୋରୀକୁ ଅଧିକ ପ୍ରାଧାନ୍ୟ ଦିଅନ୍ତୁ ।