ଶୀତକୁ ସ୍ୱାଗତ କରନ୍ତୁ ବ୍ଲେଜର୍ ସହିତ

ବ୍ଲେଜର୍ ସବୁ ସମୟରେ ଆପଣଙ୍କୁ ଏକ ନିଆରା ଲୁକ୍ ଦେଇଥାଏ । ଏଥର ଶୀତ ପାଇଁ ଫ୍ୟାଶନ୍ ଡିଜାଇନରମାନେ ବ୍ଲେଜର୍ କ୍ଷେତ୍ରରେ ହାଲକା ଏକ୍ସପରିମେଣ୍ଟ୍ କରିଛନ୍ତି, ଯାହାକି ଯୁବପିଢ଼ିକୁ ବେଶ୍ ପସନ୍ଦ ହେଉଛି । ଏହାକୁ ୱେଷ୍ଟର୍ଣ୍ଣ ସହିତ ଏଥେନିକ୍ ଆଉଟଫିଟ୍ ସହିତ ମଧ୍ୟ କ୍ୟାରି କରାଯାଇପାରିବ ।

ତେବେ ଆସନ୍ତୁ ଜାଣିବା ଶୀତଦିନରେ ବ୍ଲେଜର୍ ଦ୍ୱାରା ଆପଣ କିଭଳି ଏକ ଫ୍ୟାଶନେବୁଲ୍ ଓ ଷ୍ଟାଇଲିସ୍ ଲୁକ୍ ପାଇପାରିବେ –
୧- ବ୍ଲେଜର୍ ସହିତ ମଲଟି କଲର୍ ଓ ପ୍ରିଣ୍ଟେଡ୍ ମଫଲର୍ ଟିମଅପ୍ କରନ୍ତୁ । ମଫଲରକୁ ବିଭିନ୍ନ ପ୍ରକାର ନଟ୍ ସହିତ କ୍ୟାରି କରିବା ଦ୍ୱାରା ଏହା ଆପଣଙ୍କୁ ଏକ ବୋଲଡ୍ ଲୁକ୍ ଦେଇଥାଏ । ବ୍ଲେଜରକୁ ମ୍ୟାଚ୍ କରିବା ଭଳି ରଙ୍ଗର ମଫଲର୍ ମଧ୍ୟ ଆପଣ କିଣିପାରିବେ ।
୨- ଜିନ୍ସ ଓ ଟ୍ରାଉଜର୍ ସହିତ ବ୍ଲେଜର୍ ସବୁ ସମୟରେ ଫ୍ୟାଶନ୍ ଇନ୍ ରହିଆସିଛି । କିନ୍ତୁ ଏହା ବଦଳରେ ଏକ ନୂଆ ଟେଣ୍ଡି ଲୁକ୍ ଚାହୁଁଥିଲେ, ମିନି ସ୍କର୍ଟ କିମ୍ବା ଟପ୍ ସହିତ ବ୍ଲେଜର୍ ଟ୍ରାଏ କରନ୍ତୁ । ଏହି ଆଉଟଫିଟ୍ ପାଇଁ ହାଇହିଲ୍ ପିନ୍ଧନ୍ତୁ । ଡିନର୍ ପାର୍ଟି କିମ୍ବା କୌଣସି ବାର୍ଥ ଡେ’ ପାର୍ଟି ପାଇଁ ଆପଣ ମ୍ୟାକ୍ସି ଡ୍ରେସ୍ କିମ୍ବା ଲଙ୍ଗ୍ ଗାଉନ୍ ସହିତ ବ୍ଲେଜର୍ ପିନ୍ଧିପାରିବେ ।
୩- ଆଜିକାଲି ଏସିମେଟ୍ରିକାଲ୍ ବ୍ଲେଜର୍ ଟ୍ରେଣ୍ଡରେ ରହିଛି । ଏ କ୍ଷେତ୍ରରେ କଳା ଓ ନୀଳ ରଙ୍ଗର ବ୍ଲେଜର୍ ପାର୍ଟି ୱିୟେର୍ ପାଇଁ ପରଫେକ୍ଟ । ବିଶେଷ ଭାବେ ଧୋତି ପ୍ୟାଣ୍ଟ୍ ସହିତ ଓ ଟ୍ରାଉଜର୍ ସହିତ ଏହା ଏକ ମଡ଼ର୍ଣ୍ଣ ଲୁକ୍ ଦେଇଥାଏ ।
୪- ପୁରୁଷ ହୁଅନ୍ତୁ କିମ୍ବା ମହିଳା ଚେକ୍ ସାର୍ଟ ସହିତ ବ୍ଲେଜରର କମ୍ବିନେସନ୍ ଏକଦମ୍ ପରଫେକ୍ଟ । ଅଫିସ୍ ୱେର୍ ସହିତ ନ୍ୟୁଟ୍ରାଲ୍ ରଙ୍ଗର ବ୍ଲେଜର୍ ଟ୍ରାଏ କରନ୍ତୁ । ଏହି ଶୀତଦିନରେ ଏହାର ଉଲେନ୍ ଭେରାଇଟି ମଧ୍ୟ ଟ୍ରେଣ୍ଡରେ ରହିଛି ।
୫- ବ୍ଲେଜର୍ ସହିତ ହେଭି ଇୟରିଂ କିମ୍ବା ନେକଲେସ୍ ପିନ୍ଧନ୍ତୁ ନାହିଁ । ପର୍ଲ କିମ୍ବା ଷ୍ଟୋନଯୁକ୍ତ ଛୋଟ ଟପ୍ ଇୟରିଂ କ୍ୟାରି କରନ୍ତୁ । ଛୋଟ ଓ ପତଳା ଚେନ୍ ମଧ୍ୟ ବ୍ଲେଜର୍ ସହିତ ଭଲ ମାନିଥାଏ ।

Leave a Reply

Your email address will not be published.